‘ଫ୍ରମ୍ ମି ଟୁ ୟୁ’ ରେ ଜ୍ୟୋତି ଆଉ ଶ୍ରଦ୍ଧା, ଆଜି ଆସିଲା ପରଦାକୁ
1/11/2019 at 4:25 PM

କଟକ୧|୧୧: ଫ୍ରାଇଡେ ରିଲିଜ୍ ରେ ଆଜି ପରଦାକୁ ଆସିଛି ରିସ୍ତା ଓ୍ୱେବସ୍ ଏଣ୍ଡ ଏଣ୍ଟରଟେନମେଣ୍ଟ ନିବେଦିତ ଓଡିଆ ଫିଲ୍ମ —-ଫ୍ରମ୍ ମି ଟୁ ୟୁ—-ଫିଲ୍ମଟିକୁ ନେଇ ପ୍ରଯୋଜକ ଓ ନିର୍ଦ୍ଦେଶକ ବହୁତ୍ ଆଶାବାଦୀ ଅଛନ୍ତି ।ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଓଡିଆ ଚଳଚ୍ଚିତ୍ରରୁ ଲୋକେ ମୁହଁ ଫେରାଇ ନେଉଥିବା ବେଳେ, ଏପରି ଏକ ଚଳଚ୍ଚିତ୍ର ଦର୍ଶକଙ୍କୁ ପୁଣି ଓଡିଆ ଫିଲ୍ମ ଆଡକୁ ଆକର୍ଷିତ କରିବ ।ଫିଲ୍ମଟିରେ ପୁରା ଓଡିଆ ଝଲକ ଦେଖିବାକୁ ମିଳିବ ଆଉ କାହାଣୀ ରେ ରୋମାନ୍ସ, କମେଡି ,ଫ୍ରେଣ୍ଡସିପ୍ ଆଉ ଆକସନ୍ ର ଭରପୁର ମଜା ପାଇବେ ଦର୍ଶକ….

ଆଡି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଜ୍ୟୋତି ଆଉ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ —-ଫ୍ରମ୍ ମି ଟୁ ୟୁ—-ରିସ୍ତା ଓ୍ୱେବସ୍ ଓ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ପ୍ରଥମ ଫିଲ୍ମରେ ପ୍ରଯୋଜକ ଓ ନିର୍ଦ୍ଦେଶକ କିଛି ନୂଆ କରି ଦେଖାଇବା ପାଇଁ ପ୍ରୟାସ କରିଛନ୍ତି । ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଫିଲ୍ମଟିରେ ଭରପୁର ମନୋରଂଡନର ଖୋରାକ୍ ତ ରହିଛି । ତା ସହ ଫିଲ୍ମଟି ଦର୍ଶକ ମାନଙ୍କୁ ପୁଣି ଥରେ ଓଡିଆ ଚଳଚ୍ଚିତ୍ର ଆଡକୁ ଆକର୍ଷିତ କରିବ ।

ନିଜ କ୍ୟାରିୟରର ଦ୍ବିତୀୟ ଫିଲ୍ମ କରୁଥିବା ଶ୍ରଦ୍ଧା ଏହି ଫିଲ୍ମଟିକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି । ହିରୋଇନ୍ ଭୂମିକାରେ ଥିବା ଶ୍ରଦ୍ଧା କହିଛନ୍ତି ଫିଲ୍ମଟିରେ ଓଡିଆର ଝଲକ୍ ସମ୍ପୂର୍ଣ୍ଣ ଭାବେ ଦର୍ଶକ ମାନେ ଅନୁଭବ କରି ପାରିବେ । ଏହା ସହ ଦର୍ଶକ ମାନଙ୍କୁ ଏଣ୍ଟରଟେନମେଣ୍ଟର ଏକ କମ୍ପ୍ଲିଟ୍ ପ୍ୟାକେଜ୍ ଦେବା ପାଇଁ ୟୁନିଟ୍ ତରଫରୁ ପୁରା ପ୍ରୟାସ କରାଯାଇଛି । ସେହିପରି ହିରୋ ଭୂମିକାରେ ଥିବା ଜ୍ୟୋତି ବି ଫିଲ୍ମର ସଫଳତା ନେଇ ଆଶାବାଦୀ ଅଛନ୍ତି ।

ଫିଲ୍ମଟିରେ ଗୀତ ଲେଖିଛନ୍ତି ପ୍ରେମ୍ ଆନନ୍ଦ..ତେଣୁ ଫିଲ୍ମ –ଫ୍ରମ୍ ମି ଟୁ ୟୁ—ଏକ ମ୍ୟୁଜିକାଲ ହିଟ୍ ହେବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି