ଜୟପୁର ଫିଲ୍ମ ହଲ୍‌ରେ ଦର୍ଶକଙ୍କ ସହ ନିଜ ଗୀତରେ ନାଚିଲେ ସେଲଫିସ୍ ଦିଲ୍‌ର ହିରୋ ଆଉ ହିରୋଇନ୍, ତାପରେ…

Published By : Prameya-News7 Bureau | July 14, 2019 IST

ଜୟପୁର ୧୪|୭: ମୁକ୍ତିଲାଭ କରିଛି ଓଡିଆ ଚଳଚିତ୍ର ସେଲଫିସ୍ ଦିଲ୍। ଚଳଚ୍ଚିତ୍ରର ନାୟକ ନାୟିକାଙ୍କ ସହ ପ୍ରଯୋଜକ ମଧ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲାର । ସ୍ଥାନୀୟ କଳାକାର ସିନେମାଟିରେ ଅଭିନୟ କରିଥିବାରୁ ଜୟପୁରର ସିନେମା ହଲରେ ଏବେ ଲାଗିଛି ଦର୍ଶକଙ୍କ ଭିଡ। ଖୋଦ୍ ନାୟିକା ସୂର୍ଯ୍ୟମୟୀ  ଓ ନାୟକ ଶ୍ରେୟାନ ଜୟପୁରରେ ପହଞ୍ଚି ଫିଲ୍ମଟିର ପ୍ରମୋସନ କରିବା ସହ ଦର୍ଶକଙ୍କୁ ଉତ୍ସାହିତ କରିଛନ୍ତି।

{"id":133527}

ପରଦାରେ ସେଲଫିସ୍ ଦିଲ୍ । ସ୍ଥାନୀୟ କଳାକାରମାନେ ପ୍ରଥମ ଥର ପାଇଁ ଓଲିଉଡର ଏତେ ବଡ ସିନେମାରେ ଅଭିନୟ କରୁଛନ୍ତି । ତେଣୁ ଜୟପୁରର ହଲ୍ ପୁରା ହାଉସଫୁଲ୍ । ଭିଡ଼ ଦେଖି  ଜୟପୁରରେ ପହଞ୍ଚିଯାଇଥିଲେ ନାୟକ ଶ୍ରେୟାନ ଏବଂ ନାୟିକା ସୂର୍ଯ୍ୟମୟୀ । ଫିଲ୍ମର ପ୍ରମୋସନ କରିବା ସହ ଦର୍ଶକଙ୍କୁ ଉତ୍ସାହିତ କଲେ ।

{"id":133531}

ଖାଲି ସେତିକି ନୁହେଁ, ସିନେମାର ୪ଟି ଗୀତରେ ଦର୍ଶକଙ୍କ ସହ ନାଚିଲେ ଶ୍ରେୟାନ ଏବଂ ସୂର୍ଯ୍ୟମୟୀ  । ଦର୍ଶକଙ୍କ ସହ ବସି ସିନେମା ବି ଦେଖିଥିଲେ । ନାୟିକା ସୂର୍ଯ୍ୟମୟୀ ଦାମନଯୋଡିର ଝିଅ ହୋଇଥିବା ବେଳେ ଶ୍ରେୟାନଙ୍କ ଘର ରାୟଗଡାରେ । ସେହିପରି ସିନେମାର ପ୍ରଯୋଜକ ହେମନ୍ତ ନାୟକଙ୍କ ଘର ବି ରାୟଗଡାରେ । 

{"id":133528}

ସେପଟେ ଚଳଚିତ୍ରର ନାୟକ ଓ ନାୟିକାଙ୍କୁ ପାଖରେ ପାଇ ଦର୍ଶକଙ୍କ ଖୁସି କହିଲେ ନସେରେ। ନାୟକ ନାୟିକ ଆସୁଥିବା ଜାଣି ଆଜି ହଲରେ ଥିଲା ଖଚାଖଚ୍ ଭିଡ । ସିନେମାଟି ରୋମାନ୍ସ ଓ ଆକ୍ସନ ସହ ଡ୍ୟାନ୍ସରେ ଭରପୂର । ପାରିବାରିକ କଥା ବସ୍ତୁ ଉପରେ ଆଧାରିତ ଏହି ସିନେମାକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ । ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବସନ୍ତ ନାୟକ ।

{"id":133529}

ଅବିଭକ୍ତ କୋରାପୁଟର ଅନେକ କଳାକାର ପୂର୍ବରୁ ବି ଓଡିଆ ଚଳଚ୍ଚିତ୍ରରେ କାମ କରିଛନ୍ତି । ହେଲେ ଗୋଟିଏ ସିନେମାରେ ନାୟକ ନାୟିକା ଭୂମିକାରେ  ଅଭିନୟ କରିବା ପ୍ରଥମ ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.