ଏଭରେଷ୍ଟରେ ଟ୍ରାଫିକ୍ ଜାମ୍‌ : କଳ୍ପନାଙ୍କ ମରଶରୀରକୁ ଫେରାଇ ଆଣିବା ପାଇଁ ଓଡ଼ିଶାରୁ କାଠମାଣ୍ଡୁ ଅଭିମୁଖେ ୩ ଜଣିଆ ଟିମ୍

Published By : Prameya-News7 Bureau | May 26, 2019 IST

ନୂଆଦିଲ୍ଲୀ ୨୬/୫ : ଏଭରେଷ୍ଟ ଆହୋରଣ ସମୟ ଓଡ଼ିଶାର ଆରୋହଣକାରୀ କଳ୍ପନା ଦାସଙ୍କ ମୃତ୍ୟୁ ଓଡିଶାବାସୀଙ୍କୁ ସ୍ତବ୍ଧ କରିଦେଇଛି । ତେବେ ଏଭରେଷ୍ଟରେ ଏବେ ଯେଉଁଭଳି ସ୍ଥିତି ଉପୁଜିଛି ସେଠାରେ ଜଣଙ୍କ ପରେ ଜଣେ ଆରୋହଣକାରୀଙ୍କର ମୃତ୍ୟୁ ହେବାରେ ଲାଗିଛି । ଟ୍ରାଫିକ୍ ଜାମ୍‌ ହିଁ ଏଠାରେ ବଡ଼ ସମସ୍ୟା ସୃଷ୍ଟି କରିଛି । ବର୍ତ୍ତମାନସୁଦ୍ଧା ୧୮ ଜଣ ଆରୋହଣକାରୀଙ୍କ ମୃତ୍ୟୁ ହେଲାଣି ।

{"id":116274}

ଏଭରେଷ୍ଟରେ ଟ୍ରାଫିକ ଜାମ। ପର୍ବତାରୋହଣ ଏବେ ଏକ ଦୁଃସାହସିକ କାର୍ଯ୍ୟ ନୁହେଁ ବରଂ ଏକ ଆଡଭେଞ୍ଚର ଟୁରିଜିମ୍‌ ହୋଇଯାଇଛି। ଦେଖନ୍ତୁ ଏ ଦୃଶ୍ୟକୁ କେମିତି ଲାଇନଧରି ଠିଆ ହୋଇଛନ୍ତି ଶହଶହ ଆରୋହଣକାରୀ । ଦିନେ ବିଶ୍ବର ସର୍ବୋଚ୍ଚ ଏଭରେଷ୍ଟ ଶୃଙ୍ଗ ଆରୋହଣ ଏକ ବିରଳ ଘଟଣା ହୋଇଥିବା ବେଳେ ଏବେ କିନ୍ତୁ ପ୍ରତିବର୍ଷ ବିଶ୍ବର କୋଣ ଅନୁକୋଣରୁ ହଜାର ହଜାର ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ଚାଲିଆସୁଛନ୍ତି ।

{"id":116275}

ଏଥିଯୋଗୁଁ ଏଭରେଷ୍ଟ ଶୃଙ୍ଗ ଚଢ଼ିବା ରାସ୍ତାରେ ଟ୍ରାଫିକ ଜାମ୍  ହୋଇଛି । ଆଉ ଏଥିଯୋଗୁଁ ହିଁ ଅନେକ ସମୟରେ ପର୍ବତାରୋହୀ ମାନେ ପ୍ରାଣ ହରାଉଛନ୍ତି । ପରିସ୍ଥିତି ଏପରି ହେଉଛି ଯେ ଏଭରେଷ୍ଟ ଶୃଙ୍ଗର ନିକଟତର ହୋଇ ମଧ୍ୟ କେତେକ ପର୍ବତାରୋହୀ ବିଶ୍ବର ଏହି ସର୍ବୋଚ୍ଚ ଶୃଙ୍ଗ ପାର କରିପାରୁନାହାନ୍ତି । ଶହ ଶହ ପର୍ବତାରୋହୀ ଏଭରେଷ୍ଟର ଚଢ଼ିବା ରାସ୍ତାରେ ଅଟକି ରହିଥିବାର ଅବିଶ୍ବସନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେହିପରି ଯେଉଁମାନେ ସେଠାରେ ପହଞ୍ଚିଯାଉଛନ୍ତି ସେମାନଙ୍କର ଫେରିବା ବି ଆହୁରି ମୁସ୍କିଲ ହୋଇଯାଉଛି ।

{"id":116276}

ଅଧିକାଂଶ ପ୍ରାଣ ହରାଇଛନ୍ତି ଦୁର୍ବଳତା ପାଇଁ ଅତ୍ୟଧିକ ଚାପ ପାଇଁ ଏବଂ ଏଥିସହିତ ଟ୍ରାଫିକ୍‌ ଜାମ୍‌ ଯୋଗୁଁ ସେମାନଙ୍କର ମୁଭ କରିବାରେ ବିଳମ୍ବ ହେଉଥିବାରୁ । ନେପାଳ ପଟୁ ଏବଂ ତିବତ ପଟୁ ଆରୋହଣକାରୀମାନେ ଏଭରେଷ୍ଟ ଚଢ଼ିଛନ୍ତି। ସେପଟୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।

{"id":116277}

ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ ଏଭରେଷ୍ଟ ଆରୋହଣ ରାସ୍ତାରେ ଏହି ଟ୍ରାଫିକ ଜାମର ଶିକାର ହୋଇଛନ୍ତି । ତାଙ୍କ ସହିତ ଅନ୍ୟ ଦୁଇଜଣ ପର୍ବତାରୋହୀ ମଧ୍ୟ ପ୍ରାଣ ହରାଇଛନ୍ତି । ଏବେ କଳ୍ପନାଙ୍କ ମରଶରୀରକୁ ଫେରାଇ ଆଣିବା ପାଇଁ ଓଡ଼ିଶାରୁ ୩ ଜଣିଆ ଟିମ୍  ନେପାଳର ରାଜଧାନୀ କାଠମାଣ୍ଡୁ ଅଭିମୁଖେ ବାହାରିଛନ୍ତି । ମରଶରୀରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ୧୦ ଜଣ ଶେର୍ପାଙ୍କୁ ଦାୟିତ୍ବ ଦେଇଛନ୍ତି ।

ଆସନ୍ତା ୨୮ ତାରିଖ ବେଳକୁ ତାଙ୍କ ମରଶରୀର ନେପାଳର କାଠମାଣ୍ଡୁ ଅଣାଯିବ । ସେଠାରେ ପୋଷ୍ଟମର୍ଟମ ପରେ ଓଡ଼ିଶା ଅଣାଯିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.