ବିଦେଶରେ ଜଲଓ୍ବା ଦେଖାଇବେ ଓଡିଆ ଝିଅ ଅନିଶା: ଲୋଡିଲେ ଓଡିଶାବାସୀଙ୍କ ଆର୍ଶୀବାଦ

Published By : Prameya-News7 Bureau | October 15, 2020 IST

ବୌଦ୍ଧ୧୫/୧୦: ମିଆଁମାରରେ ଚମକିବେ ବୌଦ୍ଧର ଝିଅ ଅନିଶା ମହେର। ନବମ ଶ୍ରେଣୀରେ ପଢୁଥିବା ଅନିଶା ଆସନ୍ତା ବର୍ଷ ଏପ୍ରିଲ ମାସରେ ମିଆଁମାରର ମଣ୍ଡଲେ ଠାରେ ହେବାକୁ ଥିବା ଆନ୍ତର୍ଜ।ତୀୟ ବିୟୁଟି ପିଜଂଟେ ଅଫ୍ ଲିଟିଲ୍ ମିସ୍ ପେସିଫିକ୍ ଓବାର୍ଲଡ-୨୦୨୧ରେ ପ୍ରି-ଟିନ ବିଭାଗରେ ଭାରତକୁ ପ୍ରତିନିଧିତ୍ବ କରିବା ପାଇଁ ମନୋନୀତ ହୋଇଛନ୍ତି।

{"id":344933,"sizeSlug":"large"}

ବିଶ୍ବର ୩୫ଟି ଦେଶର ପ୍ରତିଯୋଗୀ ଏହି ସୋ’ ରେ ଅଂଶ ଗ୍ରହଣ କରିବେ। ଭାରତରୁ ଅନିଶା ଜଣେ ମାତ୍ର ପ୍ରତିନିଧି ଯିଏ ଏହି ସୋ ରେ ଅଂଶ ଗ୍ରହଣ କରିବେ। ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବା ବେଳେ ସଫଳତା ପାଇଁ ଦେଶବାସୀଙ୍କ ଆଶିର୍ବ।ଦ ଚାହିଁଛନ୍ତି ଅନିଶା ।

{"id":344934,"sizeSlug":"large"}

ଏବେ ସେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ।

{"id":344936,"sizeSlug":"large"}

ନୃତ୍ୟ, ଗୀତ, ଫେସନ ସୋ, ଚିତ୍ରକଳା ତଥା କରାଟରେ ଅନିଶା ରୁଚି ରଖନ୍ତି। ଲକଡାଉନ ସମୟରେ ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ୍ ତଥା ଇଣ୍ଡିଆ ଇଣ୍ଟରନ୍ୟାସନାଲ ପିଜଂଟେ କମ୍ପାନୀର ଅଧ୍ୟକ୍ଷ ଅମର ସାମୁ ମନଓବାନେଙ୍କ ଦ୍ବାରା ଆୟୋଜିତ ଏକ ଅଲଲାଇନ ପ୍ରି-ଟିନ(14 ବର୍ଷରୁ କମ୍)ଫେସନ ସୋ ରେ ଅଡିସନ ଦେଇଥିଲେ ।

{"id":344935,"sizeSlug":"large"}

ଏହି ପ୍ରତିଯୋଗୀତାରେ ଦେଶର ବଛା ବଛା୧୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଅନିଶା ଜଣେ ମାତ୍ର ପ୍ରତିଯୋଗୀ ହିସାବରେ ମନୋନୀତ ହୋଇପାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.