ଓଡିଆ ଡାକ କର୍ମଚାରୀଙ୍କୁ ହତ୍ୟା କରିଥିଲା ଦାଉଦ୍, ଟଙ୍କା ଦେଣନେଣରୁ ସୁପାରୀ ଦେଇଥିଲା ଡି ଗ୍ୟାଙ୍ଗ୍

Published By : Prameya-News7 Bureau | March 01, 2020 IST

ଭୁବନେଶ୍ୱର ୦୧।୦୩ : ଭାରତର ମୋଷ୍ଟ ଓ୍ବାଣ୍ଟେଙ୍ଗ ଗ୍ୟାଙ୍ଗଷ୍ଟାର ଦାଉ ଉବ୍ରାହିମ ନାଁରେ ଆଉ ଏକ ଅଭିଯୋଗ । ଅଣ୍ଡରଓ୍ବାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ ଜଣେ ଓଡିଆ ଡାକ କର୍ମଚାରୀଙ୍କୁ ହତ୍ୟା କରିଥିଲେ । ମୁମ୍ବାଇର ପୂର୍ବତନ ପୋଲିସ କମିଶନ ରାକେଶ ମାରିଆଙ୍କ ପ୍ରକାଶିତ ପୁସ୍ତୁକ ‘ ଲେଟ ମି ସେ ଇଟ ନାଓଁ’ରେ ଉଲ୍ଲେଖ କରାଯାଇଛି । ମୃତ ଓଡିଆ ଡାକ କର୍ମଚାରୀ ରବି ନାରାୟଣ ପାଢି ବୋଲି ଜଣାପଡିଛି ।

ଏହି ପୁସ୍ତକରେ ଦିଆଯାଇଥିବା ତଥ୍ୟ ଅନୁସାରେ, ରବି ନାରାୟଣ ପାଢୀ ନାମକ ଏହି ଓଡ଼ିଆ ବ୍ୟକ୍ତି ମୁମ୍ବାଇରେ ଡାକ ବିଭାଗରେ କାର୍ଯ୍ୟ କରୁଥିଲେ । ସେ କିନ୍ତୁ ଅଣ୍ଡରୱାର୍ଲ୍ଡ ଡନ ଦାଉଦ୍‌ ଇବ୍ରାହିମର ଗ୍ୟାଙ୍ଗ ସହିତ ଲିଙ୍କ୍‌ ରଖିଥିଲେ । ସେ ଦାଉଦ୍‌ ପାଇଁ ବିଭିନ୍ନ ପାର୍ସଲର ନେଣଦେଣ କରୁଥିଲେ । ଦୁବାଇରୁ ଦାଉଦ ଗ୍ୟାଙ୍ଗ୍‌ ମୁମ୍ବାଇକୁ ପାର୍ସଲରେ ବିଦେଶୀ ମୁଦ୍ରା ପଠାଉଥିଲା । ପାଢୀ ମୁମ୍ବାଇ ବିମାନବନ୍ଦରରେ ସେଇ ପାର୍ସଲକୁ ଗ୍ରହଣ କରିବା ସହିତ ନିଜର ମାଷ୍ଟରଙ୍କ ନିର୍ଦ୍ଦେଶରେ ସେଗୁଡିକୁ ପାର୍ସଲରେ ଲେଖାଯାଇଥିବା ଠିକଣା ବଦଳରେ ଅନ୍ୟ ଠିକଣାରେ ପଠାଉଥିଲେ ।

ତେବେ ସେ ଅନେକ ସମୟରେ ଦାଉଦ ଗ୍ୟାଙ୍ଗକୁ ଧୋକା ଦେଇ ଉକ୍ତ ପାର୍ସଲରେ ଥିବା ଅସଲି ନୋଟ ବଦଳରେ ନକଲି ନୋଟ ରଖି ଦେଉଥିଲେ । ୧୯୯୪ ମସିହାରେ ଏକ ଭ୍ୟାନରେ ଏଭଳି ଏକ ପାର୍ସଲରେ ନକଲି ନୋଟ ରଖୁଥିଲାବେଳେ ସେ କିଛି ଭୁଲ କରିଦେଇଥିଲେ । ସେ ହିଁ ଏପରି ଜାଲିଆତି କରୁଛନ୍ତି ବୋଲି ଦାଉଦ ଗ୍ୟାଙ୍ଗ୍‌ ଜାଣିପାରିଥିଲା । ଏହାପରେ ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କୁ ହତ୍ୟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.