ଲକଡାଉନରେ ପଡିଲା ହାତଗଣ୍ଠି, କୁନମୁନଙ୍କୁ ଜୀବନ ସାଥି କଲେ କ୍ରିକେଟର ଅରବିନ୍ଦ

Published By : Prameya-News7 Bureau | May 15, 2021 IST

କଟକ, ୧୫/୦୫: ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଶା କ୍ରିକେଟ ଦଳର ପ୍ରତିଭାବାନ ଖେଳାଳି ଅରବିନ୍ଦ ସିଂ । କେନ୍ଦ୍ରାପଡା ଜିଲ୍ଲା ଗୋଲରାହାଟ ଅଞ୍ଚଳର ପ୍ରଶାନ୍ତ କୁମାର ସିଂ ଓ ସ୍ୱର୍ଣ୍ଣଲତା ସିଂଙ୍କ ବଡ ଝିଅ ସମୀକ୍ଷା (କୁନ୍‌ମୁନ୍‌)ଙ୍କ ହାତ ଧରିଛନ୍ତି ଅରବିନ୍ଦ । ଗତକାଲି ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ଏହି ଅବସରରେ ଅରବିନ୍ଦଙ୍କ ଅଭିଭାବକ ଅଜୟ କୁମାର ସିଂ, ଜ୍ୟୋସ୍ନାରାଣୀ ସିଂଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ବିବାହ ଉତ୍ସବ ଆୟୋଜିତ ହୋଇଥିଲା ।

ଦିନିକିଆ ଫର୍ମାଟ୍‌ରେ ଅରବିନ୍ଦଙ୍କ ଯଥେଷ୍ଟ ଦଖଲ ରହିଆସିଛି । ଓଡ଼ିଶା ପାଇଁ ସେ ୬ଟି ପ୍ରଥମଶ୍ରେଣୀ, ୨୧ଟି ଲିଷ୍ଟ୍‌-ଏ’ ଓ ୩୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ୨୦୧୩ରେ ସେ ଗୁଜରାଟ ବିପକ୍ଷରେ ରଣଜୀ ପଦାର୍ପଣ କରିଥିଲେ । ଏହି ବର୍ଷ ତାଙ୍କୁ ଓଡ଼ିଶା ଟି-୨୦ ଦଳରେ ମଧ୍ୟ ସୁଯୋଗ ମିଳିଥିଲା । ଏହାପୂର୍ବରୁ ୨୦୧୨ରେ ବେଙ୍ଗଲ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ । ଅରବିନ୍ଦ ଏବେ ଏଜି କାର୍ଯ୍ୟାଳୟରେ ସିନିୟର ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.