Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନା କରୁଣ ଚିତ୍ର : ବେଙ୍ଗାଲୁରୁରେ ସ୍ବାମୀଙ୍କୁ ମିଳୁନି ଚିକିତ୍ସା, ଗାଁରେ ପତ୍ନୀ ଅସୁସ୍ଥ, ଦୁଇ ପିଲା ଅସହାୟ

11/05/2021 at 5:43 PM

ଭଦ୍ରକ ୧୧।୫: କରୋନା ଆଣିଛି ଅସୁମାରୀ ଦୁଃଖ । ପେଟ ପାଟଣା ପାଇଁ ବିଦେଶ ଯାଇଥିଲେ କିନ୍ତୁ ଏବେ ଲାଗିଛି କରୋନାର ଚିହ୍ନ । କମ୍ପାନୀରୁ ବାହାରି ବିଭିନ୍ନ ମେଡିକାଲ ବୁଲିଲେଣି, କିନ୍ତୁ ମିଳୁନି ଚିକିତ୍ସା । ଏବେ ଭଡା ଘର ଭିତରେ ଛଟପଟ ହେଉଛନ୍ତି ଭଦ୍ରକ ଜିଲ୍ଲାର କାର୍ତ୍ତିକ ପାତ୍ର ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା କାଉପୁର ପଞ୍ଚାୟତ ତୁମ୍ବାପଦିର କାର୍ତ୍ତିକ ପାତ୍ର । କାମ କରିବା ପାଇଁ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁର ଜିଗିନୀଠାରେ ଆରନ ୟୁନିଭର୍ସାଲ କମ୍ପାନୀରେ ହେଲ୍ପର ଭାବେ କାମ କରୁଥିଲେ । ସେଠାରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେ ବିଭିନ୍ନ ଡାକ୍ତରଖାନା ବୁଲିଥିଲେ ମଧ୍ୟ ତାଙ୍କୁ ଚିକିତ୍ସା ମିଳୁନାହିଁ । ବାଧ୍ୟ ହୋଇ କାର୍ତ୍ତିକ ନିଜ ଭଡା ଘରେ ମୃତ୍ୟୁ ସହ ସଂଗ୍ରାମ କରିଛନ୍ତି । ଏବେ ଘଟଣା ଜାଣିବା ପରେ ଘର ଲୋକେ ଆତଙ୍କିତ ହୋଇଛନ୍ତି । କାର୍ତ୍ତିକଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ ବାପାଙ୍କୁ ଚିକିତ୍ସା ଯୋଗାଇବା ପାଇଁ ତାଙ୍କ ପୁଅ ଓ ଝିଅ ଅନୁରୋଧ କରିଛନ୍ତି ।

   Related Posts