Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ଇଂଡିଆସ ଗଟ ଟ୍ୟାଲେଣ୍ଟର ସେମି ଫାଇନାଲରେ ଓଡ଼ିଆ ଯୋଡି

17/12/2018 at 2:11 PM

ଭୁବନେଶ୍ୱର ୧୭/୧୨ : ଟିଭି ଚାନେଲ କଲରରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ଇଂଡିଆସ ଗଟ ଟ୍ୟାଲେଣ୍ଟ(୮)ରେ ସେମି ଫାଇନାଲରେ ପହଂଚିଛନ୍ତି ଓଡିଶାର ଯୋଡି | ଏମାନେ ଦୁଇଜଣ ହେଲେ ପୁରୀ ଜିଲ୍ଲାର ଉମାକାନ୍ତ ସାହୁ ଏବଂ ସୁଜାତା ରାୟ | ମଲ୍ଲଖମ୍ବ ଟ୍ୟାଲେଣ୍ଟରେ ଉଭୟ ସେମି ଫାଇନାଲରେ ପହଂଚିଛନ୍ତି | ମଲ୍ଲଖମ୍ବରେ ଆଶ୍ଚର୍ଯ୍ୟଜନକ କଳା ପ୍ରଦର୍ଶନ କରି ଏହି ଯୋଡି ଏତେ ଆଗକୁ ପହଂଚିଛନ୍ତି |

ମଲ୍ଲଖମ୍ବ ଭାରତର ଐତିହାସିକ କଳା ମଧ୍ୟରୁ ଅନ୍ୟତମ | ଏହି ଯୋଡି ଏହା ପୂର୍ବରୁ ଋଷିକେଶ ଗଟ ଟ୍ୟାଲେଣ୍ଟ ଏବଂ ଉତ୍ତରାଖଣ୍ଡ ଟ୍ୟାଲେଣ୍ଟରେ ଯୋଗଦେଇ କଳା ପ୍ରଦର୍ଶନ କରିଥିଲେ | ଏହାପରେ ଜାତୀୟ ସ୍ଥରରେ ନିଜ ନିପୁଣ କଳା ପ୍ରଦର୍ଶନ କରିବ ପାଇଁ ଉମାକାନ୍ତ ଏବଂ ସୁଜାତାଙ୍କୁ ଏକ ମଉକା ମିଳିଥିଲା | ବହୁତ କଷ୍ଟ କରି ଉଭୟ ଆଜି ସେମି ଫାଇନାଲରେ ପହଂଚିଛନ୍ତି | ଜାତୀୟ ସ୍ଥରରେ ଏହି ରିଆଲିଟି ଶୋରେ ଯୋଗ ଦେବା ଫଳରେ ତାଙ୍କୁ ଏକ ନୂଆ ପ୍ଲାଟଫର୍ମ ମିଳିଛି | ଇଂଡିଆସ ଗଟ ଟ୍ୟାଲେଣ୍ଟର ଅଷ୍ଟମ ପର୍ଯ୍ୟାୟରେ ଜଜ ଅଛନ୍ତି କିରଣ ଖେର, କରନ ଜୋହର ଏବଂ ମାଲିକ ଅରୋରା | ଏହି ରିଆଲିଟି ଶୋରେ ପୁରା ଦେଶର କୋଣ ଅନୁକୋଣରୁ ଅନେକ ଲୋକ ଆସି ନିଜ ନିଜ ଟ୍ୟାଲେଣ୍ଟ ଦେଖାଇଥାନ୍ତି | ତେବେ ଏହି ଓଡ଼ିଆ ଯୋଡି ସେମି ଫାଇନାଲରେ ବିଜୟୀ ହେଲେ ଫାଇନାଲରେ ପ୍ରଦର୍ଶନ କରିବେ |

   Related Posts