ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ଦେହାନ୍ତ

Published By : Prameya-News7 Bureau | June 04, 2019 IST

ଭୁବନେଶ୍ବର ୪|୬: ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ଦେହାନ୍ତ ହୋଇଛି । ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରୁଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଇ ଚାଲିଯାଇଛନ୍ତି। ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ହାସ୍ୟ ଅଭିନେତା ସଲିଲ ମିତ୍ର ଆଉ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

{"id":119326,"width":575,"height":578}

ସୂଚନାଯୋଗ୍ୟ ଯେ, ମେ ମାସ ୧୨ ତାରିଖରେ ସଲିଲି ମିତ୍ର କେନ୍ଦୁଝରରୁ ସୁଟିଂ ଶେଷ କରି କାର୍‌ରେ କଟକ ଫେରୁଥିବା ବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ସେ ଏବଂ କାର୍‌ ଚାଳକ ଗୁରୁତର ଆହତ ହୋଇଥି‌ଲେ । ଦୁର୍ଘଟଣାରେ ତାଙ୍କ ହାତ ଓ ଗୋଡ ଭାଙ୍ଗି ଯାଇଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

{"id":119327,"width":574,"height":299}

ତାଙ୍କ ପରଲୋକ ଖବର ପାଇବା ପରେ ହସ୍ପିଟାଲରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନେକ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତାଙ୍କ ବିୟୋଗରେ ଓଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।

{"id":119328,"align":"center","width":404,"height":539}

୧୯୯୯ରେ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ରୁ ଅଭିନୟ ଜଗତରେ ପାଦ ଦେଇଥିବା ସ୍ବର୍ଗତ ମିତ୍ର ଅନେକ ମଞ୍ଚ, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜୟ କରିପାରିଥିଲେ। ସେ ୨୦୦୫ରେ ଅର୍ଜୁନ, ୨୦୧୦ରେ ଶୁଭ ବିବାହ, ୨୦୧୧ରେ ହିରୋ, ୨୦୧୨ରେ କେବେ ତୁମେ ନାହ, କେବେ ମୁଁ ନାହିଁ , ୨୦୧୨ରେ ତୁ ମୋ ଆରମ୍ଭ , ତୁ ମୋ ଶେଷ, ୨୦୧୪ରେ ଗଞ୍ଜା ଲଢ଼େଇ, ୨୦୧୫ରେ ଗପ ହେଲେ ବି ସତ ଏବଂ ୨୦୧୭ରେ ସିଷ୍ଟର ଶ୍ରୀଦେବି ଆଦି ଚଳଚ୍ଚିତ୍ରରେ ହାସ୍ୟ ଅଭି‌ନେତା ଭୂମିକାରେ ଅଭିନୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.