Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପୃଥିବୀର ସବୁଠୁ ଛୋଟ ଭାକ୍ୟୁମ କ୍ଲିନର ତିଆରି କଲେ ଚାନ୍ଦବାଲିର ଛାତ୍ର ଶୁଭମ୍, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ପାଇଲେ ସ୍ଥାନ

13/07/2021 at 10:51 AM

ଚାନ୍ଦବାଲି ୧୩।୭: ପ୍ରତିଭା ଆଗରେ ହାର ମାନଲା ଦାରିଦ୍ରତା । ନିଜ ଦୃଢ଼ ଇକ୍ତା ଶକ୍ତି ପାଇଁ ନିଜ ଜନ୍ମମାଟି ଓ ନିଜ ରାଜ୍ୟ ପାଇଁ ଆଣିଦେଇଛନ୍ତି ଗୌରବ ।  ପୃଥିବୀର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର ତିଆରି କରି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ।  ଏହାସହ ତାଙ୍କର ଏହି ଲମ୍ବାଯାତ୍ରା ସେତିକିରେ ସରିନାହିଁ । ଏବେ ଗିନିଜ୍ ବୁକ୍ ରେକର୍ଡ଼ କରିବା ପାଇଁ ଲାଗି ପଡ଼ିଛନ୍ତି । ତାଙ୍କର ଏହି ସଫଳାତା ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସା ମିଳୁଛି । ସେ ହେଉଛନ୍ତି ଚାନ୍ଦବାଲି ବ୍ଲକ ରାଉତ ସାହିର ନବମ ଶ୍ରେଣୀର ଛାତ୍ର ଶୁଭମ୍ ।

ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଞ୍ଚାୟତ ରାଉତ ସାହିରେ ଶୁଭମଙ୍କ ଜନ୍ମ । ପିଲାଟି ଦିନରୁ ଶୁଭମ ମେଧାବୀ ଛାତ୍ର ଥିଲେ । କିଛି ନୂଆ କରି ଦେଖାଇବା ତାଙ୍କର ଅଭିଳାସ ଥିଲା । ୫ମ ଶ୍ରେଣୀରୁ ବିଜ୍ଞାନ ମେଳାରୁ ତାଙ୍କର ପ୍ରତିଭା ବିକଶିତ ହୋଇଥିଲା ।  ୮ମ ଶ୍ରେଣୀର ପଢିଲା ବେଳେ ସେ ଏକ ବଡ ଭାକ୍ୟୁମ କ୍ଲିନର ତିଆରି କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ । ୯ମ ଶ୍ରେଣୀର ପୃଥିବୀର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର ଯାହାର ଲମ୍ବ ମାତ୍ର ୧.୨୧ ସେଣ୍ଟିମିଟର  ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି ।

ଶୁଭମଙ୍କ ବାପା ଜଣେ ଗରିବ ଚାଷୀ ଏବଂ ତାଙ୍କର ୫ ଭଉଣୀ ଓ ମା’ ମଧ୍ୟ ଅଛନ୍ତି ।  ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ଶୁଭମ ଏବେ ବାସୁଦେବପୁର ନବଦୋୟ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଶୁଭମଙ୍କର ଏହି ଭାକୁମ କ୍ଲିନର ତିଆର କରିବା ପାଇଁ ଅଧିକ ଯାହା ଉପକରଣ ଆବଶ୍ୟକ ପଡ଼ୁଛି ଓ ନୂଆ ରିସର୍ଚ୍ଚ ପାଇଁ ଉପକରଣ ଯୋଗାଇବା ତାଙ୍କ ବାପାଙ୍କ ପକ୍ଷେ ସମ୍ଭବ ହେଉନାହିଁ । 

ଶୁଭମଙ୍କ ଇଚ୍ଛା ରହିଛି ଏହି  ଭାକ୍ୟୁମ କ୍ଲିନରକୁ ଆହୁରି ଛୋଟ କରିବେ ସେଥିପାଇଁ ସେ ଦିନକୁ ୩ ଘଣ୍ଟା ଏଥିପ୍ରତି ଦେଉଛି । ଅନ୍ୟପଟେ ଶୁଭମଙ୍କୁ ଏଯାଏଁ ସରକାରୀ କିମ୍ବା ସେବରକାରୀ ସ୍ତରରେ ମିଳିନି ସହାୟତା । ନିଜସ୍ଵ ଉଦ୍ୟମରେ ଶୁଭମ ଜାରି ରଖିଛନ୍ତି ତାଙ୍କର ଏହି ସାଧନା ।

   Related Posts