ଇଣ୍ଡିଆନ୍ ବ୍ଲାଇଣ୍ଡ କ୍ରିକେଟ ଟିମରେ ପୁଣି ଜଣେ ଓଡ଼ିଆ

Published By : Prameya-News7 Bureau | November 29, 2019 IST

ଭୁବନେଶ୍ୱର ୨୯ ।୧୧ -   ଇଣ୍ଡିଆନ୍ ବ୍ଲାଇଣ୍ଡ କ୍ରିକେଟ ଟିମରେ ପୁଣି ଜଣେ ଓଡ଼ିଆ । ବୁଧବାର ଘୋଷଣା ହୋଇଥିବା ଭାରତୀୟ ଟିମରେ ସାମିଲ ହୋଇଛନ୍ତି କାଳିଆ ପ୍ରଧାନ । ନେପାଳ ଓ ଭାରତ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜରେ ଅଲରାଉଣ୍ଡର ଭାବେ କାଳିଆ ସ୍ଥାନ ପାଇଛନ୍ତି ।କାଳିଆ ଷଷ୍ଠ ଓଡ଼ିଆ ଯିଏ କି ଭାରତୀୟ ବ୍ଲାଇଣ୍ଡ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି । ...

{"id":191833,"sizeSlug":"large"}

କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ବ୍ଲାଇଣ୍ଡ କ୍ରିକେଟ୍ ଟିମରେ ସାମିଲ ହେଲେ ପୁଣି ଜଣେ ଓଡ଼ିଆ । ଅଲରାଉଣ୍ଡର ଭାବେ କାଳିଆ ପ୍ରଧାନ ଇଣ୍ଡିଆନ ଟିମରେ ସାମିଲ ହୋଇ ଓଡ଼ିଶା ପାଇଁ ଆଣିଛନ୍ତି ସଫଳତା । କାନପୁରରେ ନେପାଳ ଓ ଭାରତ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜରେ ଖେଳିବେ ସେ । କାଳିଆ ଜଣେ ସଫଳ ବୋଲର ସାଙ୍ଗକୁ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ । ମିଡିଲ ଅର୍ଡରରେ ବ୍ୟାଟିଂ କରୁଥିବା କାଳିଆ ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

{"id":191834,"sizeSlug":"large"}

ଦିନିକିଆ ସିରିଜ୍ ପାଇଁ ବର୍ତ୍ତମାନ ଭୁବନେଶ୍ବର ପାରାମାଉଣ୍ଟ ପଡିଆରେ କାଳିଆ ତାଙ୍କ ଅଭ୍ୟାସ ଜାରି ରଖିଛନ୍ତି । କାଳିଆଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାରେ କିନ୍ତୁ ସେ ପିଲାବେଳୁ ଭୁବନେଶ୍ବରରେ ରହି କ୍ରିକେଟ ଖେଳନ୍ତି । ତେବେ ଭାରତୀୟ ଟିମରେ ସାମିଲ ହେବାରେ କାଲିଆ ଷଷ୍ଠ ଓଡିଆ ।

ନେପାଳ ବିପକ୍ଷ ସିରିଜରେ ଇଣ୍ଡିଆନ୍ ଟିମରେ କାଳିଆଙ୍କ ସହ ଆଉ ଜଣେ ଓଡିଆ ଲିଙ୍ଗରାଜ ରାଉତ ମଧ୍ୟ ଖେଳିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.