କେବେ ଐଶ୍ବର୍ଯ୍ୟା, କରିଶ୍ମାଙ୍କ ହିରୋ ଥିଲେ ଓଡିଆ ଯୁବକ ଚନ୍ଦ୍ରଚୂଡ ସିଂହ, ଗୋଆରେ ଦୁର୍ଘଟଣା ପାଇଁ ବଦଳିଗଲା ପୁରା ଜୀବନ

Published By : Prameya-News7 Bureau | October 12, 2019 IST

ମୁମ୍ବାଇ୧୨|୧୦:ବଲିଉଡ ଅଭିନେତା ଚନ୍ଦ୍ରଚୁଡ ସିଂହଙ୍କର ଗତ କାଲି ଜନ୍ମଦିନ ଥିଲା ।ତାଙ୍କ ପୈତୃକ ଘର ଓଡିଶାର ବଲାଙ୍ଗୀର ଜିଲ୍ଲାରେ । ଅମିତାବ ବଚ୍ଚନ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ପିଲ୍ମ ତେରେ ମେରେ ସପ୍ନେ ଫିଲ୍ମ ଜରିାରେ ସେ ପିଲ୍ମଦୁନିଆରେ ପାଦ ଦେଇଥିଲେ ।  ଫିଲ୍ମ ମାଚିସ୍‌ରେ ତବୁଙ୍କ ବିପକ୍ଷରେ ଅଭିନୟ କରି ବଡ ସଫଳତା ହାସଲ କରିଥିଲେ ଚନ୍ଦ୍ରଚୂଡ ସିଂହ।ଗୋଟେ ସମୟରେ ସେ ବଲିଉଡର ଦମଦାର ଅଭିନେତା ଭାବେ ପରିଚିତ ଥିଲେ।ଚନ୍ଦ୍ରଚୁଡ ସିଂହଙ୍କୁ ମାଚିସ, କ୍ୟା କେହନା ଓ ଯୋଶ ଭଳି ହିଟ୍‌ ଫିଲ୍ମ ପାଇଁ ବେଶ ଚର୍ଚ୍ଚାରେ ଥିଲେ।ଏହି ଫିଲ୍ମରେ ଅଭିନୟ କରି ସେ ପ୍ରତିଷ୍ଠା ଲାଭ କରିଥିଲେ।

{"id":169166,"width":582,"height":466}

ଚନ୍ଦ୍ରଚୁଡଙ୍କୁ ଶେଷ ଥର ପାଇଁ ୨୦୧୭ ମସିହାରେ ରିଲିଜ ହୋଇଥିବା ଫିଲ୍ମ Yadvi - The Dignified Princessରେ ଦେଖିବାକୁ ମିଳିଥିଲା। ଏଥିରେ ଚନ୍ଦ୍ରଚୁଡ ପଟିଆଲାର ରାଜାଙ୍କ ଭୂମିକାରେ ଅଭିନୟ କରିଥିଲେ। ନିଜ ଫିଲ୍ମି କ୍ୟାରିଅରରେ ହିଟ୍‌ ହେବା ପରେ ଚନ୍ଦ୍ରଚୁଡ ଏକ ଲମ୍ବା ବ୍ରେକ୍‌ରେ ଯାଇଥିଲେ।ବ୍ରେକ୍‌ପରେ ଲଗାତାର ସେ ୩ଟି ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମ ଗୁଡିକ ହେଉଛି ଚାର ଦିନ କି ଚାନ୍ଦନୀ, ଜିଲା ଗାଜିୟାବାଦ ଓ The Reluctant Fundamentalist। ନିକଟରେ ଏକ ସାକ୍ଷାତକାରରେ ସେ ଫିଲ୍ମ ଦୁନିଆରୁ ଦୂରାଇବାର ପ୍ରକୃତ କାରଣ କହିଥିଲେ।

{"id":169168}

ସେ ବ୍ରେକ ନେବାର କାରଣ ମଧ୍ୟ କହିଥିଲେ।ଚନ୍ଦ୍ରଚୁଡ କିଛି ଭଲ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। ତାଙ୍କୁ ଅଫର ମିଳୁଥିଲା ସତ ହେଲେ ସେ କିଛି ନିଆରା ଓ ଅଲଗା ଭୂମିକାର ଅପେକ୍ଷାରେ ଥିଲେ।ଯେତେବେଳେ ତାଙ୍କୁ କାମ ମିଳୁନଥିଲା ସେତେବେଳେ ସେ ଫିଲ୍ମରେ କେମିଓ କରୁଥିଲେ। ମାରୁତୀ ମେରା ଦୋସ୍ତ ଫିଲ୍ମରେ କେମିଓ କରିଥିଲେ ଚନ୍ଦ୍ରଚୁଡ। ସେ ଗୀତ ମଧ୍ୟ ଗାଉଥିଲେ। ମଝିରେ ସମୀର କାର୍ଣ୍ଣିକଙ୍କ ଫିଲ୍ମର ଅଫର ଆସିଥିଲା ଯେଉଁଥିରେ ସେ ଅଭିନୟ କରିବାକୁ ଚାହୁଁଥିଲେ। ହେଲେ କୌଣସି କାରଣ ଯୋଗୁଁ ଫିଲ୍ମ ହୋଇନଥିଲା।ସେହି ସମୟରେ ସେ ନିଜ ପରିବାର ଓ ଛୁଆପିଲାଙ୍କ ସହ ସମୟ ବିତାଉଥିଲେ।     

{"id":169169}

ଚନ୍ଦ୍ରଚୁଡଙ୍କ ଜୀବନରେ ସବୁକିଛି ଏକ ଦୁର୍ଘଟଣା ପରେ ବଦଳିଯାଇଥିଲା।୨୦୦୨ ମସିହାରେ ଚନ୍ଦ୍ରଚୁଡ ଗୋଆ ବୁଲିବାକୁ ଯାଇଥିଲେ। ଗୋଟେ ଦିନ ସେଠାରେ ସେ ବୋଟ ରାଇଡିଂ କରୁଥିବାବେଳେ ଦୁର୍ଘଟଣା ଘଟିଥିଲା।ଏହି ଅଘଟଣରେ ତାଙ୍କ କାନ୍ଧ ଗୁରୁତର ହୋଇଥିଲା।ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ପାଖାପାଖି ୧୦ ବର୍ଷ ଲାଗିଥିଲା। ଫିଲ୍ମ ଚାର ଦିନ କି ଚାନ୍ଦନିରେ ଅଭିନୟ କରି ସେ ନିଜ କମ୍‌ ବ୍ୟାକ୍‌ କରିଥିଲେ।କିନ୍ତୁ ଫିଲ୍ମ ଫ୍ଲପ୍‌ ହୋଇଥିଲା।ଏହି ଦୁର୍ଘଟଣା ପରେ ଚନ୍ଦ୍ରଚୁଡଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇଥିଲା। ତାଙ୍କ ପରିବାର, ସ୍ତ୍ରୀ ଓ ପିଲାଛୁଆ ସବୁ ସମୟରେ ତାଙ୍କ ସହ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.