ଓମାନରେ ଫସିଛନ୍ତି ଓଡିଆ ଶ୍ରମିକ ; ପାରିଶ୍ରମିକ ବଦଳରେ ମିଳୁଛି ନିର୍ଯାତନା

Published By : Prameya-News7 Bureau | December 13, 2018 IST

ଭୁବନେଶ୍ବର ୧୩|୧୨: ପୁଣି ବିଦେଶରେ ଫସିଲେ ଓଡିଆ ଦାଦନ ଶ୍ରମିକ । ପେଟ ପାଟଣା ପାଇଁ ଗଂଜାମ, ଖୋର୍ଦ୍ଧା, ସୋନପୁର, କେନ୍ଦ୍ରପଡା ଜିଲ୍ଲାରୁ ବିଦେଶ ଯାଇଥିବା ୧୭ ଜଣ ଯୁବକ ସେଠାରେ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି । ଉଦ୍ଧାର ପାଇଁ ଏମାନେ ସୋସିଆଲ ମିଡିଆରେ ଆକୁଳ ନିବେଦନ କରିଛନ୍ତି ।

ପୁଣି ଦାଦନ ଦୁଃଖ । ଓମାନରେ ଫସିଛନ୍ତି ଓଡ଼ିଆ ଶ୍ରମିକ। ପାରିଶ୍ରମିକ ବଦଳରେ ମିଳୁଛି ନିର୍ଯାତନା । ଖାଇବାକୁ ମିଳୁନି କି ଦେହ ଖରାପ ହେଲେ ମିଳୁନି ଚିକିତ୍ସା ସୁବିଧା । ୫ ମାସ ହେଲା ମିଳିନି ପାରିଶ୍ରମିକ । ସୋସିଆଲ ମିଡ଼ିଆରେ ଏମାନେ ନିଜର ଦୁଃଖ ଜଣାଇବା ପରେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି ପରିବାର ଲୋକ ଓ ସଂପର୍କୀୟ । କେନ୍ଦ୍ରାପଡ଼ା,ଗଂଜାମ, ସୋନପୁର, ଖୋର୍ଦ୍ଧା ଜିଲ୍ଲାର ୧୭ ଜଣ ଶ୍ରମିକ ଫସିରହିଛନ୍ତି । ଭୁବନେଶ୍ବରର ଏକ ଏଜେନ୍ସି ଜରିଆରେ କାମ କରିବାକୁ ଏମାନେ ଓମାନ ଯାଇଥିଲେ । ଜେ ଏଣ୍ଡ୍ ପି ନାମକ କଂପାନୀରେ କିଏ ଫିଟର ତ କିଏ ୱେଲଡର ଭାବେ କାମ କରୁଛନ୍ତି । ତୁରନ୍ତ ଉଦ୍ଧାର ପାଇଁ ଫଶି ରହିଥିବା ଶ୍ରମିକ ଗୁହାରୀ କରିଛନ୍ତି।

{"id":63113}

ଏ ସଂପର୍କରେ ନ୍ୟୁଜ୍ ୭ରେ ଖବର ପ୍ରସାରଣ ପରେ ଶ୍ରମ ବିଭାଗ ତତ୍ପର ହୋଇଛି। ଫସିଥିବା ଓଡିଆ ଶ୍ରମିକଙ୍କ ସହ ଯୋଗାଯୋଗ କରିଛି ଗଂଜାମ ଶ୍ରମ ବିଭାଗ । ଜିଲ୍ଲା ପ୍ରଶାସନକୁ ଜଣାଇ ଉଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଂଜାମ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.