ତେଲେଙ୍ଗାନାରୁ ୧୫ ଜଣ ଓଡିଆ ଶ୍ରମିକ ଉଦ୍ଧାର

Published By : Prameya-News7 Bureau | February 10, 2019 IST

ରାୟଗଡା ୧୦|୨:  ତେଲେଙ୍ଗାନାରୁ ୧୫ ଜଣ ଓଡିଆ ଶ୍ରମିକ ଉଦ୍ଧାର । ବାହାର ରାଜ୍ୟକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ଏହି ଶ୍ରମିକମାନଙ୍କୁ ରାୟଗଡା ଶ୍ରମ ବିଭାଗ ଉଦ୍ଧାର କରିଛି । ଏମାନେ ସମସ୍ତେ ବଲାଙ୍ଗିର ଅଞ୍ଚଳର ବୋଲି ଜଣାପଡିଛି । ତେଲେଙ୍ଗାନା ରାଜ୍ୟ କର୍ଲାଚିଲା ସହରରୁ ଏମାନଙ୍କୁ ଉଦ୍ଧାର କରାଯାଇଛି । ସେଠାରେ ଏକ ଇଟାଭାଟିରେ ଏମାନେ କାମ କରୁଥିଲେ । ତେବେ ଇଟାଭାଟି ମାଲିକ ଏମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ବଲାଙ୍ଗିର ଶ୍ରମ ବିଭାଗକୁ ହସ୍ତାନ୍ତର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.