ତେଲେଙ୍ଗାନା ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତନାର ଶିକାର ୪୦ରୁ ଅଧିକ ଦାଦନ

Published By : Prameya-News7 Bureau | March 15, 2019 IST

ବୌଦ୍ଧ ୧୫|୩ : ପୁଣି ଦାଦନ ନିର୍ଯାତନାର କରୁଣ କାହାଣୀ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ କଲରାକୋଠା ଗାଁରେ । ଗାଁର ୪୦ରୁ ଅଧିକ ଦାଦନ ତେଲେଙ୍ଗାନା ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଛନ୍ତି । କାମ ପାଇଁ ମଜୁରୀ ମାଗିବାରୁ ସେମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତ ଡିସେମ୍ବର ମାସରେ ବରଗଡ଼ ପାଇକ ବାହାଲର ଚନ୍ଦ୍ର ନାଏକ ନାମକ ଜଣେ ଦାଦନ ୪୦ରୁ ଅଧିକ ଶ୍ରମିକଙ୍କୁ ତେଲେଙ୍ଗାନା ପଠାଇଥିଲା। ସେମାନଙ୍କୁ ତେଲେଙ୍ଗାନାର ରାଘବପୁର ନିକଟରେ ଭିଏମଆର ଇଟାଭାଟିରେ କାମ କରିଥିଲେ।

ଇଟାଭାଟି ମାଲିକ ରବି ସେଠୀ, ଶ୍ରମିକମାନଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲା। ତେବେ ଜନକ ମାହାର ନାମକ ଜଣେ ଦାଦନ ଶ୍ରମିକ କୌଶଳକ୍ରମେ ଖସିଆସି ନିର୍ଯାତନାର କାହାଣୀ କହିଛି। ଏପଟେ ଦାଦନଙ୍କ ଗାଁରେ ସେମାନଙ୍କ ସଂପର୍କୀୟ ଆଶଙ୍କା ଭିତରେ ଅଛନ୍ତି। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଏହି ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.