Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ରୁ ନିର୍ଯାତିତ ଓଡିଆ ଶ୍ରମିକ ଉଦ୍ଧାର

22/12/2018 at 9:48 AM

ସୁନ୍ଦରଗଡ ୨୨|୧୨: ଆନ୍ଧ୍ର ବିଜୟନଗରମ୍‌ରେ ନିର୍ଯାତିତ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ଫେରାଇ ଅଣାଯାଇଛି । ସୁନ୍ଦରଗଡ ଡିଏସ୍‌ପି ଦାମୋଦର ମାଝିଙ୍କ ନେତୃତ୍ବରେ ଆନ୍ଧ୍ର ଯାଇଥିଲା ୪ ଜଣିଆ ଟିମ୍ । ଏହି ଟିମ୍ ଆନ୍ଧ୍ର ବିଜୟନଗରମ୍‌ରୁ ୬ ଶ୍ରମିକଙ୍କୁ ଉଦ୍ଧାର କରିଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ ଭୁର୍ତ୍ତା ଗାଁର ୧୧ ଜଣ ଶ୍ରମିକ ଜଣେ ଦାଦନ ଦଲାଲ କଥାରେ ରାଜି ହୋଇ ବିଜୟନଗରମ୍‌ରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଦାଦନ ଦଲାଲ ନିସ୍ତୁକ ମାଡ଼ ମାରିବା ସହିତ ଜଣେ ଶ୍ରମିକଙ୍କ ମୁହଁରେ ଏସିଡ୍ ଢାଳି ଦେଇଥିଲା । ସେହିପରି ଅନ୍ୟ ଶ୍ରମିକଙ୍କୁ ମାଡ଼ ମାରି ଆହତ କରିଥିଲା । ୫ଶ୍ରମିକ ଖସି ଆସିବା ପୂରା ଘଟଣା ବର୍ଣ୍ଣନା କରିଥିଲେ । ଅଟକ ଥିବା ଅନ୍ୟ ୬ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପରିବାର ଲୋକ ଗୁହାରି ଜଣାଇବା ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା ।

   Related Posts