ଆଗେଇଲା ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ଟେଣ୍ଡର ପ୍ରକ୍ରିୟା, ୨ଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୬୦ କୋଟି ଟଙ୍କା

Published By : Prameya-News7 Bureau | October 28, 2021 IST

ଭୁବନେଶ୍ୱର ୨୮/୧୦: ପୁରୀ ଜିଲ୍ଲା ସତ୍ୟବାଦୀରେ ବହୁପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଆଗେଇଛି ଟେଣ୍ଡର ପ୍ରକ୍ରିୟା । ଏହାର ନିର୍ମାଣ ଦାୟିତ୍ୱ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ (ଓବିସିସି) ନେଇଥିବାବେଳେ ଖୁବଶୀଘ୍ର ଟେଣ୍ଡରକୁ ଅନୁମୋଦନ କରିବ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ସତ୍ୟବାଦୀର ଫୁଲଅଳସା ମୌଜାରେ ପ୍ରତିଷ୍ଠା ହେବ । ଏହି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଉପରେ ଉଚ୍ଚ ଶିକ୍ଷା ସହ ଗବେଷଣା କରାଯିବ । ଏହି ପ୍ରକଳ୍ପ ପାଇଁ ପୂର୍ତ୍ତ ବିଭାଗ ଆର୍କିଟେକ ପ୍ଲାନ ପ୍ରସ୍ତୁତ କରିଛି । ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ମୋଟ ୬୦ କୋଟି ୭୨ ଲକ୍ଷ ଟଙ୍କାର ପ୍ରଶାସନିକ ଅନୁମୋଦନ ମିଳିଛି ।

ପ୍ରଥମ ପର୍ଯ୍ୟାୟରେ ୩୯.୧୬ କୋଟି ଓ ଦ୍ୱିତୀୟ ପର୍ଯ୍ୟାୟ କାମ ପାଇଁ ୨୧.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକଳ୍ପ ସ୍ଥାନର ଉନ୍ନତିକରଣ ପାଇଁ ୪.୬୮ କୋଟି ଟଙ୍କା ଖର୍ଚ୍ଚ ହେବ । ଲ୍ୟାଣ୍ଡସ୍କେପିଂ ଓ ଉଦ୍ୟାନୀକରଣ କାମ ପାଇଁ ୫ କୋଟି ବ୍ୟୟ କରାଯିବ । ବିଲ୍ଡିଂ ନିର୍ମାଣରେ ଖର୍ଚ୍ଚ ହେବ ୨୦ କୋଟି ୧୧ ଲକ୍ଷ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୩୨ କୋଟି ଟଙ୍କାର କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.