ବିଧାନସଭାରେ ପାରିତ ହେଲା ଓଡ଼ିଆ ଭାଷା ସଂଶୋଧନ ବିଲ୍

Published By : Prameya-News7 Bureau | September 19, 2018 IST

ଭୁବନେଶ୍ୱର ୧୯/୦୯: ଓଡ଼ିଆ ଭାଷା ସଂଶୋଧନ ବିଲ୍ ବିଧାନସଭାରେ ଗୃହୀତ ହୋଇଛି । ଆଜି ଗୃହରେ ୭ଟି ବିଲ୍ ପାସ ହୋଇଥିବା ବେଳେ ଏ ମଧ୍ୟରେ ପ୍ରମୁଖରେ ରହିଛି ଓଡ଼ିଶା ସରକାରୀ ଭାଷା ଦ୍ବିତୀୟ ସଂଶୋଧନ ବିଲ୍ ୨୦୧୮ ।ଯାହାଦ୍ବାର ଓଡ଼ିଆକୁ ବିଧିବଦ୍ଧ ଭାବେ ଓଡ଼ିଶାର ସରକାରୀ ଭାଷା ଭାବେ ସ୍ବୀକୃତି ମିଳିଲା । ସମସ୍ତ ସରକାରୀ ଦପ୍ତରରେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ବାଧ୍ୟତାମୂଳକ ହୋଇଛି । ଓଡ଼ିଆ ଭାଷା ବ୍ୟବହାର ନ କଲେ ଏଣିକି ସରକାରୀ କର୍ମଚାରୀ ଏବଂ ସଂପୃକ୍ତ ବିଭାଗ ଲାଗି ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଓଡ଼ିଆ ଭାଷାକୁ ସରକାରୀ ଭାଷା ଦାବି କରି ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରଖିଥିଲେ । ଏ ମଧ୍ୟରୁ ଗୋଟିଏ ଥିଲା ଓଡ଼ିଶା ଭାଷା ଆନ୍ଦୋଳନ ପକ୍ଷରୁ ଚାଲିଥିବା କଳାପତାକା ଆନ୍ଦୋଳନ । ୮୭୮ ଦିନ ଧରି କଳାପତାକା ଅଭିଯାନ ପରେ ଆଜି ଏଥିରେ ପୂର୍ଣ୍ଣଛେଦ ପଡ଼ିଛି । ସଂଗଠନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି ଭାଷା ଆନ୍ଦୋଳନକୁ ସ୍ଥଗିତ ରଖାଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.