ମିଶନ ଗଗନାୟନରେ ସାମିଲ ହେଲେ ପ୍ରଥମ ଓଡିଆ ଯୁବକ ନିଖିଲ ରଥ, ୨୦୨୧ରେ ଯିବେ ମହାକାଶ

Published By : Prameya-News7 Bureau | September 09, 2019 IST

ବଲାଙ୍ଗିର(ଚିନ୍ମୟ ମିଶ୍ର)୯|୯; ମିଶନ ଗଗନୟାନରେ ବଲାଙ୍ଗୀର ଯୁବକ। ଏହାକୁ ନେଇ ଏବେ ବଲାଙ୍ଗୀରରେ ଉତ୍ସାହ । ମିଶନ ଗଗନୟାନ  ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଅନୁଷ୍ଠିତ ମହାକାଚାରୀ ଚୟନରେ ଯାଗ୍ୟ ବିବେଚିତ ହୋଇଛନ୍ତି ବଲାଙ୍ଗୀରର ନିଖିଲ ରଥ। ବାୟୁସେନା ପକ୍ଷରୁ ଏହା ଟୁଇଟ୍ ପରେ ସାରା ଜିଲ୍ଲାରେ ଖୁସିର ଲହରୀ ।ପ୍ରଥମ ଓଡିଆ ଭାବେ ୱିଙ୍ଗ୍ସ କମାଣ୍ଡର ନିଖିଲ ଏହି ଗୌରବ ହାସିଲ କରିଥିବାରୁ ଖୁସି ଜାହିର କରିଛନ୍ତି, ତାଙ୍କ ବାପ-ମାଆ ବେଶ୍ ଖୁସି ।

{"id":155242}

ପିଲାଦିନରୁ ସ୍ବପ୍ନ ଥିଲା , ବଡ ହେଲେ ମାହାକାଶରେ ଉଡିବେ । ସେହି ଲକ୍ଷ୍ୟ ହସଲର ନିରନ୍ତର ପ୍ରୟାସରେ ସେ ରଖିଥିଲେ ନିଷ୍ଠା । ଆଉ ଏବେ ତାହା ସାକାର ହେବାକୁ ଯାଉଛି । ଆମେ କହୁଛୁ ବଲାଙ୍ଗୀର ମାଟିରେ ଜନ୍ମନେଇ ଏବେ ସାରା ରାଜ୍ୟ ପାଇଁ  ଗର୍ବ ଆଣିଥିବା ନିଖିଲ ରଥଙ୍କ କଥା । ତାଙ୍କ ସଫଳତା ହେଲା , ସେ ମିଶନ ଗଗନୟାନରେ ମହାକାଶକୁ ଯିବାକୁ ଯୋଗ୍ୟତା ହାସଲ କରିଛନ୍ତି । ଆଉ ଏହି ସଫଳତା ହାସିଲରେ ସେ  ପ୍ରଥମ ଓଡିଆ । ବଲାଙ୍ଗୀର ସହର ସୁଦପଡା ବାସିନ୍ଦା  ଅଶୋକ ରଥ ଓ କୁସୁମ ରଥଙ୍କ ଏକ ମାତ୍ର ପୂତ୍ର ନିଖିଲ ।ତାଙ୍କ ସଫଳତାରେ ପରିବାର  ଲୋକେ ବେଶ୍ ଖୁସି ।   

{"id":155243}

ନିଖିଲ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ, ଦିଲ୍ଲୀ ସ୍ଥିତ ପବ୍ଲିକ ସ୍କୁଲ , ହିନ୍ଦୁ କଲେଜରେ ଶିକ୍ଷା ଗ୍ରହଣ ପରେ  ୨୦୦୩ ରେ ନ୍ୟାଶନାଲ ଡିଫେନ୍ସ ଏକାଡେମିରେ ଭର୍ତ୍ତୀ ହୋଇଥିଲେ । ଏବେ ସେ  ବାୟୁସେନାର  ଫାଇଟର ପାଇଲଟ ଭାବେ ୱିଙ୍ଗ୍ସ କମାଣ୍ଡର ପଦରେ ଅବସ୍ଥାପିତ । ତେବେ , ଗଗନୟାନ ଭଳି ମହାତାଂକ୍ଷୀ ମିଶନରେ ବଲାଙ୍ଗିରର ଜଣେ ଯୁବକଙ୍କୁ ସୁଯୋଗ ମିଳିବା ନେଇ  ବିଭିନ୍ନ ମହଲରୁ ଆସିଛି ଶୁଭେଚ୍ଛାର ବାର୍ତ୍ତା।

{"id":155244}

ଚନ୍ଦ୍ରୟାନକୁ ନେଇ ଉତ୍ସାହ ରହିଥିବା ବେଳେ, ଗଗନୟାନ ମିଶନ ସଂପର୍କରେ ପ୍ରଥମେ ୨୦୧୮ ସ୍ବାଧିନତା ଦିବସରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦୀ ଘୋଷଣା କରିଥିଲେ।ଇସ୍ରୋର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚର ଏହି ମିଶନରେ  ୨୦୨୧ ସୁଦ୍ଧା ମହାକାଶଚାରୀଙ୍କ ସହ ମହାକାଶ ଯାନ ଉତକ୍ଷେପଣର ଲକ୍ଷ୍ୟ ରହିଛି। ଏହି ମିଶନରେ ଅତିକମରେ ୩ ଜଣ ସଦସ୍ୟ ମହାକାଶରେ ୭ ଦିନ ଅବସ୍ଥାନ କରି ବୈଜ୍ଞାନୀକ ବିଶ୍ଲଷଣ ଲାଗି ତଥ୍ୟ ଯୋଗାଇବ ।

{"id":155245}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.