ପୁଣି ବଲିଉଡ୍ରେ ଓଡ଼ିଆ ଝିଅର କମାଲ: ୯୮ ମିନିଟ୍ର ନିର୍ମିତ ଫିଲ୍ମରେ କିଣି ନେଲେ ଦର୍ଶକଙ୍କ ମନ
31/07/2020 at 11:56 AM

ଭୁବନେଶ୍ବର ୩୧/୭: ବାରମ୍ବାର ଜାତୀୟସ୍ତରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜୁଛନ୍ତି ଓଡ଼ିଆ ଝିଅ ରିୟାନା ଶୁକ୍ଳା। ବଲିଉଡର ନାୟିକା ତଥା ମଡେଲର୍ ଭାବେ ପରିଚିତା ରିୟାନା ପୁଣି ଚମକି ଉଠିଛନ୍ତି । ତାଙ୍କ ଅଭିନୀତ ହିନ୍ଦୀ ଥ୍ରୀଲର୍ ଏବଂ ହରର ସିନେମା ‘ଆଇ ନୋ ୟୁ’ ଓଟିଟି ପ୍ଲାଟ୍ଫର୍ମ ଶେମାରୋ ଡିଜିଟାଲ୍ ଚ୍ୟାନେଲ୍ରେ ରିଲିଜ୍ ହୋଇଛି । ଯାହାକୁ ନେଇ ରିୟାନା ଉତ୍ସାହିତ ହୋଇପଡ଼ିଛନ୍ତି । ସମସ୍ତଙ୍କୁ ପୂରା ସିନେମାଟି ଦେଖିବାକୁ ନିବେଦନ କରିଛନ୍ତି ।
ସର୍ବଭାରତୀୟସ୍ତରରେ ଦର୍ଶକ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି । ଖୁସିର କଥା, ଗତବର୍ଷ ସେପ୍ଟେମ୍ବରରେ ସିନେମାଟି ଆମାଜନ୍ ପ୍ରାଇମ୍ ଭିଡିଓରେ ବିଶ୍ୱବ୍ୟାପୀ ରିଲିଜ୍ ହୋଇଥିଲା । ମ୍ୟାଟ୍ସ ଏଣ୍ଟରଟେନ୍ମେଣ୍ଟ, ମୋର୍ନା ଏଣ୍ଟରଟେନ୍ମେଣ୍ଟ ଏବଂ ଷ୍ଟେପ୍ ବାଏ ଷ୍ଟେପ୍ ଫିଲ୍ମସ ପ୍ରଯୋଜିତ ଏହି ସିନେମାର ଅବଧି ୯୮ମିନିଟ୍ ରହିଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜୟବୀର ପଙ୍ଗଲ । ଫିଲ୍ମର ଲିଡ୍ରେ ରିୟାନାଙ୍କ ସହ ମୁଜାହିଦ ଖାନ୍, ଅଖିଳେଶ ବର୍ମା ଅଭିନୟ କରିଛନ୍ତି । ରିୟାନା ଅନାମିକା ଚରିତ୍ରରେ ଅଭିନୟ କରିଛନ୍ତି ।
ସେ ବଲିଉଡରେ କ୍ୟାରିୟରକୁ ନେଇ ସଂଘର୍ଷ କରୁଛନ୍ତି ଆଉ ଭାଙ୍ଗିପଡ଼ୁଛନ୍ତି । ଶେଷରେ ୬ଜଣ ସାଙ୍ଗ ମିଶି ବୁଲିବାକୁ ଯିବାକୁ ଯୋଜନାକୁ କରୁଛନ୍ତି । ସହରଠାରୁ ବହୁ ଦୂର ଫାର୍ମ ହାଉସ୍କୁ ଯାଉଛନ୍ତି । ତା’ପରେ ଯାହା ଘଟୁଛି, ସେଥିପାଇଁ ପୂରା ସିନେମାଟି ଦେଖିବାକୁ ରିୟାନା କହିଛନ୍ତି । କଟକର ରିୟାନା ରେଭେନ୍ସାରେ ସ୍ନାତକ ଶେଷ କରି ସ୍ୱପ୍ନକୁ ସାକାର କରିବା ଆଶାରେ ମୁମ୍ବାଇ ଯାଆନ୍ତି । ପରେ ସଫଳତାର ସହ ହିନ୍ଦୀ ସିନେମା କରି ଆଗେଇ ଚାଲିଛନ୍ତି । ଗୋଟିଏ ଦୁଇଟି ଓଡ଼ିଆ ସିନେମା ବି କରିଛନ୍ତି । ଆଗକୁ ତାଙ୍କର ଆଉ କିଛି ହିନ୍ଦୀ ସିନେମା ଆସୁଛି, ଯାହାକୁ ନେଇ ସେ ଆଶାବାଦୀ ଅଛନ୍ତି।