Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ଭଞ୍ଜନଗର : କଲଭର୍ଟ ନିକଟରୁ ମିଳିଲା ମୃତଦେହ, ଠେଙ୍ଗାରେ ପିଟିପିଟି ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ପରିବା କିଣିବା ବେଳେ ଅମିନଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ରହସ୍ୟ ଘେରରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ : ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ, ଗତକାଲି ପୁରୀରେ ହୋଇଛି ଶବ ସତ୍କାର

6/01/2019 at 10:03 AM

କଟକ ୬/୧ : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ | ପୋଷ୍ଟମଟମ ରିପୋର୍ଟରେ ଆସିଥିବା ତଥ୍ୟ କିମ୍ବା କୌଣସି ଅଭିଯୋଗ ଆସିଲେ ମାମଲାର ମୋଡ ପରିବର୍ତ୍ତନ କରି ତଦନ୍ତ କରିବ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି | କଟକ ସ୍ଥିତ ଘର ଛାତରୁ ପଡିଯିବା ପରେ ନିକିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା | ତାଙ୍କୁ ସଂଗେସଂଗେ ଏକ ଘରୋଇ ନର୍ସିଙ୍ଗ ହୋମରେ ଭର୍ତ୍ତି କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ନିକିତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି |


ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀପ୍ରିୟା ଓରଫ ନିକିତା ବାହାଘର ପରେ ସ୍ୱାମୀ ଲିପନଙ୍କ ସହ ମହାନଦୀ ସ୍ଥିତ ବାପଘରେ ରହୁଥିଲେ | ଶାଶୂଘର ଲୋକଙ୍କ ସହ ନିକିତାଙ୍କର ସମ୍ପର୍କ ଭଲ ନଥିବା ଜଣାପଡିଛି | ସ୍ୱାମୀ ଲିପନ ମଧ୍ୟ ଜଣେ ଅଭିନେତା | ପାଖାପାଖି ସନ୍ଧ୍ୟା ୭ଟା ବେଳେ ଲୁଗା ଶୁଖାଇବାକୁ ଛାତ ଉପରକୁ ଗଲାବେଳେ ସେଠାରେ ତାଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ଛାତ ଉପରୁ ତଳକୁ ପଡିଯାଇଥିଲେ | ତେବେ ନିକିତାଙ୍କ ସତରେ ଗୋଡ ଖସି ଯାଇଥିଲା ନା ଆଉ କିଛି ଘଟଣା ଘଟିଥିଲା ସେନେଇ ତଦନ୍ତ ଚାଲିଛି |


ତେବେ ପୋଲିସ ସୂଚନା ଅନୁଯାୟୀ, ନିକିତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ତରଫରୁ କୌଣସି ଅଭିଯୋଗ ହୋଇନାହିଁ | ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ଶବ ବ୍ୟବଚ୍ଛେଦ ରିପୋର୍ଟ ଏଜେନ ଆସିନାହିଁ | ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି | ଗତକାଲି ନିକିତାଙ୍କ ପରିବାର ଲୋକେ ତାଙ୍କ ମୃତଦେହ ନେଇ ପୁରୀ ଯାଇଥିଲେ | ପୁରୀ ସ୍ୱର୍ଗଦ୍ୱାର ଠାରେ ନିକିତାଙ୍କ ଶବ ସତ୍କାର କରିଛନ୍ତି ପରିବାର ଲୋକେ | ଶବ କରି ଫେରିବା ପରେ ପରିବାର ଲୋକେ କିଛି ପ୍ରତିକ୍ରିୟା ଦେଇନାହାନ୍ତି |


ସୂଚନାଯୋଗ୍ୟ ଯେ, ନିକିତାଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ସ୍ୱାମୀ ଲିପନଙ୍କୁ ଥାନାକୁ ନେଇ ପଚରାଉଚୁରା କରିଥିଲା | ତେବେ ସ୍ୱାମୀଙ୍କ ବିରୋଧରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ତାଙ୍କୁ ଅଟକ ନରଖି ଛାଡି ଦେଇଥିଲା | ତେବେ ତଦନ୍ତ ବେଳେ ଯଦି ଆଗକୁ କଣ ଦରକାର ହୁଏ ତାହେଲେ ପୋଲିସକୁ ପୁରା ସହଯୋଗ କରିବାକୁ ଲିପନଙ୍କୁ ନିର୍ଦେଶ ଦେଇଛି ପୋଲିସ |

   Related Posts