Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ହୀରାକୁଦର ନିଷିଦ୍ଧାଞ୍ଚଳରେ ନିଷିଦ୍ଧ କାମ କଲେ ହିରୋଇନ୍ – ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ କଲେ

16/12/2019 at 8:47 PM

ସମ୍ବଲପୁର ୧୬।୧୨- ହୀରାକୁଦରେ ହିରୋଇନ୍ ।ହୀରାକୁଦ ଡ୍ୟାମକୁ କେହି ହିରୋଇନ୍‌ ବୁଲିଯିବାରେ କିଛି ଅସୁବିଧା ନାହିଁ ।କିନ୍ତୁ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳର ଫଟୋ ଉଠାଇବା ସଂପୂର୍ଣ୍ଣ ବେଆଇନ ।ଆଉ ଏମିତି କାମ କିନ୍ତୁ କରିଛନ୍ତି ତିନିଜଣ ଓଲିଉଡ୍ ଅଭିନେତ୍ରୀ ।ତେବେ କେବଳ ହିରୋଇନ୍‌ ନୁହନ୍ତି ବରଂ ଜଣେ ମନ୍ତ୍ରୀଙ୍କ ଝିଅ ମଧ୍ୟ ଏହି ଭିଡିଓରେ ଅଛନ୍ତି ଯାହାକି ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଇଛି ।

ହୀରାକୁଦର ନୀଳ ଜଳରାଶି ।ଦେଖିବାକୁ ଯେମିତି ଆକର୍ଷଣୀୟ ସେଠାରେ କିଛି ସମୟ ବିତାଇବାରେ ମିଳିଯାଏ ଅପୂର୍ବ ଆନନ୍ଦ ।ହେଲେ ହୀରାକୁଦର ନିଶିଦ୍ଧାଞ୍ଚଳର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଏବେ ବିବାଦରେ ୩ ଅଭିନେତ୍ରୀ ଓ ଜଣେ ମନ୍ତ୍ରୀଙ୍କ ଝିଅ ।

ଏହି ଭିଡିଓ ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି ଓଲିଉଡ୍‌ ତଥା ଜାତୀୟ ସ୍ତରର ଅଭିନେତ୍ରୀ ପ୍ରକୃତି ମିଶ୍ର ।ତାଙ୍କ ସାଥିରେ ଅଛନ୍ତି ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଓ ଲଭ୍‌ଲି ।ଆଉ ଜଣେ ହେଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ।ତେବେ ହୀରାକୁଦ ନିଶିଦ୍ଧାଞ୍ଚଳର ଭିଡିଓ  ଓ ଫଟୋ ସେୟାର କରିବା ବେଆଇନ ହୋଇଥିଲେ ମଧ୍ୟ ଏପରି କରିବା ଦ୍ବାରା ଆଇନର ଉଲ୍ଲଂଘନ ହୋଇଛି ।

ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଚେତିଛି ପୋଲିସ ।ନିଷିଦ୍ଧାଞ୍ଚଳକୁ ସେମାନେ ଗାଡ଼ି ନେଇ କିଭଳି ଗଲେ ଏବଂ ଭିଡିଓ ସୁଟିଂ କଲେ ତାହାର ତଦନ୍ତ କରିବାକୁ ହୀରାକୁଦ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଏସ୍‌ପି।…

ସାଧାରଣ ଲୋକଙ୍କୁ ହୀରାକୁଦର ନିଶିଦ୍ଧାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିଛି ।କିନ୍ତୁ ଜଣେ ମନ୍ତ୍ରୀଙ୍କର ଝିଅ ଏବଂ ଅନ୍ୟ ୩ ଜଣ ଅଭିନେତ୍ରୀ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।ସେମାନଙ୍କୁ ନିଶିଦ୍ଧାଞ୍ଚଳକୁ ଯିବାକୁ କିଏ ଅନୁମତି ଦେଲା ଏବଂ ଭିଡିଓ ସୁଟିଂ କରିଥିଲେ ମଧ୍ୟ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ କଣ କରୁଥିଲେ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।ଅନ୍ୟପକ୍ଷରେ ତାଙ୍କ ଝିଅ ଏହି ଭିଡିଓରେ ଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଆଇନ ତା ରାସ୍ତାରେ ଚାଲିବ । ହୀରାକୁଦ ଡ୍ୟାମ୍‌ର ନିଶିଦ୍ଧାଞ୍ଚଳରେ ପାଇଁ କଡ଼ା ନିୟମ ଥିଲେ ମଧ୍ୟ ଏହା ବଡ଼ବଡିଆଙ୍କ ପାଇଁ ଲାଗୁ ହୁଏ ନାହିଁ ବୋଲି ଅନୁମାନ ହେଉଛି।

   Related Posts