ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ : ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପାକିସ୍ତାନରୁ ହତ୍ୟା ଧମକ, ଫେରାଦ ହେଲେ ଡିସିପିଙ୍କ ପାଖରେ

Published By : Prameya-News7 Bureau | August 06, 2019 IST

ଭୁବନେଶ୍ବର ୬|୮: ରାଜ୍ୟସଭାରେ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ କାଶ୍ମୀରର ପୁର୍ନଗଠନ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ଆଗର କରିବା ପରେ ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଥିଲେ ।

{"id":141429}

ବାସ୍ତବ ଅର୍ଥରେ ଏବେ ହିଁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେଲା ବୋଲି ସମସ୍ତେ ହୃଦବୋଧ କରିଥିଲେ । ରାଜ୍ୟସଭାରେ ଏହି ବିଧେୟକ ଗତକାଲି ଗୃହୀତ ହୋଇଥିଲା । ବିଧେୟକ ସପକ୍ଷରେ ୧୨୫ଜଣ ସଦସ୍ୟ ଭୋଟ୍ ଦେଇଥିବାବେଳେ ବିପକ୍ଷରେ ୬୧ ଜଣ ଭୋଟ୍ ଦେଇଥିଲ ।

{"id":141437}

ଏହାକୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଓ ମିଠା ବାଣ୍ଟି ଉତ୍ସବ ପାଳନ କରାଯାଇଥିଲା । ସୋସିଆଲ ମିଡିଆରେ ମଧ୍ୟ ସେଲିବ୍ରିଟିମାନେ ନିଜ ନିଜର ପ୍ରତିକ୍ରିୟା ରଖିଥିଲେ । ତେବେ ନିଜ ଇନଷ୍ଟାଗ୍ରାମରେ ଧାରା ୩୭୦ ଉଚ୍ଛେଦ ନେଇ ଖୁସି ବ୍ୟକ୍ତ କରି ଅଡୁଆରେ ପଡିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ।

{"id":141438}

ଧାରା ୩୭୦ ଉଚ୍ଛେଦ ପରେ ଭାରତ ଆକନ୍ୟାକାଶ୍ମୀର ଏକ ହେଲା ବୋଲି ଦର୍ଶାଇ ସେ ଖୁସି ବ୍ୟକ୍ତ କରିଥିଲେ । ତାଙ୍କର ଏହି ଖୁସିକୁ ତାଙ୍କ ଫ୍ୟାନ୍ ମାନେ ମଧ୍ୟ ସମାନ ଭାବରେ ପ୍ରତିକ୍ରିୟା ରଖି ଖୁସି ବ୍ୟକ୍ତ କରିଥିଲେ । ତେବେ ହଠାତ୍ କିଛି ପାକିସ୍ତାନୀ ୟୁଜର ତାଙ୍କ ପ୍ରତିକ୍ରିୟା ଉପରେ ନେଗେଟିଭ କମେଣ୍ଟ ଦେବା ଆରମ୍ଭ କରିଥିଲେ ।

{"id":141439}

୩୦ରୁ ୩୫ଜଣ ଅଜଣା ୟୁଜର ଏଭଳି ନେଗେଟିଭ କମେଣ୍ଟ ଦେବା ପରେ ସବ୍ୟସାଚୀ ପ୍ରିତିକ୍ରିୟାଶୀଳ ହୋଇ ସେମାନଙ୍କୁ ଜବାବ ଦେବା ଆରମ୍ଭ କରିଥିଲେ । ଭାରତର ଅଖଣ୍ଡତାକୁ କେହି କ୍ଷୂର୍ଣ୍ଣ କରିବା ପାଇଁ ଉଦ୍ୟମ କଲେ ସେ ଭୟାନକ ପରିଣତି ଭୋଗିବ ବୋଲି ଚେତାଇ ଦେଇଥିଲେ ।

{"id":141440}

ସବ୍ୟସାଚୀଙ୍କ ଏଭଳି ପ୍ରତିକ୍ରିୟାକୁ ଠିକ୍ ରେ ଗ୍ରହଣ କରିନଥିଲେ ପାକିସ୍ତାନୀ ୟୁଜର୍ସ । ଏଥର ସିଧାସଳଖ ସବ୍ୟସାଚୀଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ତାଙ୍କୁ ଜୀବନରେ ମାରିବା ସହ ତାଙ୍କ ଆକାଉଣ୍ଟ ହ୍ୟାକ୍ କରିବା ଲାଗି ଧମକ ଦେଇଥିଲେ ।

{"id":141441}

ଏସବୁ ପରେ ସବ୍ୟସାଚୀ ଘଟଣାକୁ ଆଗକୁ ବଢାଇବା ବଦଳରେ ପୋଲିସର ସହାୟତା ନେବାକୁ ଉଚିତ୍ ମଣିଥିଲେ । ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ସମସ୍ତ ଘଟଣା ସଂପର୍କରେ ସେ ଅବଗତ କରିଥିଲେ

{"id":141442}

ଡିସିପିଙ୍କ ପରାମର୍ଶକ୍ରମେ ସବ୍ୟସାଚୀ ଇନଷ୍ଟାଗ୍ରାମ ନିକଟରେ ଏନେଇ ଅଭିଯୋଗ ଦାଖଲ କରିଥିବା ସୂଚନା ଦେଇଛନ୍ତି ।  

{"id":141443}
{"id":141444}
{"id":141445}
{"id":141446}
{"id":141447}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.