ଆସନ୍ତାକାଲି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ସିନେ ଅଭିନେତା ବାବୁସାନ

Published By : Prameya-News7 Bureau | April 12, 2019 IST

ଆସନ୍ତାକାଲି ଖଲ୍ଲିକୋଟ, ହିଞ୍ଜିଳି ଏବଂ ଆସ୍କାଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବାବୁସାନ

ଭୁବନେଶ୍ୱର ୧୨/୦୪ : ଆସନ୍ତାକାଲି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବିଜେପିର ଷ୍ଟାର ପ୍ରଚାରକ ତଥା ସିନେ ଅଭିନେତା ତନ୍ମୟ ମହାନ୍ତି(ବାବୁସାନ୍) । ଆସନ୍ତାକାଲି ବାବୁସାନ୍ ଦିନ ୧୦ଟାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ନାଗଳେଶ୍ୱର ଗ୍ରାମ ପଚାଂୟତର ପଥରକଟା ପଡିଆରେ ପହଂଚି ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ । ସଭା ପରେ ମଧ୍ୟାହ୍ନ ୧୨ଟା ସେ ହିଞ୍ଜିଳି ଏନଏସିର ପଚଂଳିମା ପୋଡି ପଡିଆରେ ପହଂଚି ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ । ଏହା ପରେ ମହାନ୍ତି ଅପରାହ୍ନ ୧ଟା ୩୦ ସମୟରେ ଆସ୍କା ଏନଏସି ମାମୁଁଦିହ ଗୋଚର ପଡିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.