ମୁସଲିମ ଦେଶର ନୋଟରେ ଗଣେଶଙ୍କ ମୂର୍ତ୍ତି …ଏପଟେ ସୁବ୍ରମଣିୟମ ସ୍ୱାମୀ ରଖିଲେ ଲକ୍ଷ୍ମୀଙ୍କ ଲାଗି ଯୁକ୍ତି, କାହିଁକି – କଣ ପାଇଁ ?

Published By : Prameya-News7 Bureau | January 16, 2020 IST

  ଚେନ୍ନାଇ ୧୬/୦୧- ଭାରତୀୟ ଅର୍ଥନୀତି ଏବେ ଖରାପ ସମୟ ଦେଇ ଯାଉଛି,କେବଳ ଧନ ଦେବୀ ମା ଲକ୍ଷ୍ମୀ ହିଁ  ଭରସା । ଏଥିଲାଗି ଭାରତୀୟ ଟଙ୍କା ବା ନୋଟ ଉପରେ ଲକ୍ଷ୍ମୀଙ୍କ ଛବି ଛାପିଲେ ସ୍ଥିତି ସୁଧୁରିବ । ଏପରି  ପରାମର୍ଶ  ଦେଇଛନ୍ତି , ବିଜେପିର ରାଜ୍ୟସଭା ସଦସ୍ୟ  ତଥା ବରିଷ୍ଠ ନେତା ସୁବ୍ରମଣିୟମ ସ୍ୱାମୀ । ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରହୁଥିବା ସୁବ୍ରମଣିୟମଙ୍କ ଏହି ବକ୍ତବ୍ୟ ପୁଣିଥରେ ବିତର୍କିତ ହୋଇଛି । ତେବେ ଇଣ୍ଡୋନେସିଆର କରେନ୍ସି  ବା ନୋଟ ଉପରେ ଗଣେଷଙ୍କ ଫଟୋ ଥିବା  ନେଇ ପ୍ରଶ୍ନ ହେବାରୁ ସୁବ୍ରମଣିୟମ ସ୍ବାମୀ କହିଥିଲେ , ଭାରତୀୟ ଟଙ୍କା ( ନୋଟ୍) ଉପରେ ଧନର ଦେବୀ ଲକ୍ଷ୍ମୀଙ୍କ ଫଟୋ ଛପାଯିବା ଉଚିତ । ଏହା ଟଙ୍କାର ସ୍ଥିତିକୁମଜବୁତ କରିବ । ଏହାକୁକେହି ଭୁଲ କହି ସମାଲୋଚନା କରିବା ଅନୁଚିତ୍ ।

{"id":212110,"sizeSlug":"large"}

ଇଣ୍ଡୋନେସିଆ ହେଉଛି ବିଶ୍ୱର ସବୁଠୁ ବଡ ମୁସ୍ଲିମ ଦେଶ । ସେଠାରେ  ମୁସଲିମ୍ଙ୍କ ସଂଖ୍ୟାଅଧିକ ଏବଂ ତାହା ବି ପୃଥିବୀର ତୃତୀୟ ବୃହତ୍ତମ ଗଣତାନ୍ତ୍ରୀକ ଦେଶ ।  ମାଲେସିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅବସ୍ଥିତି ଅନେକ ଦୀପକୁନେଇ ଗଠିତ ଇଣ୍ଡୋନେସିଆ ସହ ଭାରତର ସାଂସ୍କୃତିକ ଏବଂ ଭାବଗତ ସଂପର୍କ ନୀବିଡ । ସେଠାରେ ହିନ୍ଦୁ ଧର୍ମର ଗୁରୁତ୍ବ ସହ ହିନ୍ଦୁ  ଦେବାଦେବୀଙ୍କ ପୂଜାର୍ଚ୍ଚନା  କରାଯାଇଥାଏ । ତା ସହ ସେଠାର ପରିବେଶ ଏବଂ ସଂସ୍କୃତିରେ ମଧ୍ୟ  ଭାରତୀୟ ଜୀବନ, ଚାଲିଚଳଣରର ଛାପ ଦେଖିବାକୁ ମିଳେ । ଏପରିକି ସେଠାକାର ପରିବେଶରେ ଭାରତ ସହ ସାମଞ୍ଜସ୍ୟ ଅଧିକ । ଇଣ୍ଡୋନେସିଆରେ  ଥିଲେ ବି ଭାରତରେ ଥିଲା ଭଳି ଲାଗେ । ଇଣ୍ଡୋନେସିଆରେ  ଗଣେଷଙ୍କୁ କଳା ଏବଂ ବୁଦ୍ଧିର ଦେବତା ମନେକରାଯାଏ , ଏବଂ ତାଙ୍କର ପୂଜା କରାଯାଏ  ।ସେଥିଲଗି ପୂର୍ବରୁ ଇଣ୍ଡୋନେସିଆ କରେନ୍ସିରେ ଗଣେଷଙ୍କ ଛବି ମୁଦ୍ରିତ ଥିଲା । ଏହି ପରିପ୍ରେକ୍ଷୀରେ ଇଣ୍ଡୋନେସିଆର ବ୍ୟାଙ୍କ୍ ନୋଟ ରେ ଗଣେଷଙ୍କ ଛବି ଥିଲା ।

 କିଛି ବର୍ଷ ପୂର୍ବରୁ ଇଣ୍ଡୋନେସିଆର ଆର୍ଥୀକ ସ୍ଥିତି ବେଶ୍ ଖରାପ ଥିଲା । ଦେଶର ଅର୍ଥନୀତିକୁ ସଜାଡିବା ଲାଗି ଇଣ୍ଡୋନେସିଆର ବିଶାରଦ ମାନେ ବିଚାର ବିମର୍ଷ କରି ଗଣେଷ ଫଟେ ରହିଥିବା ୨୦ ହଜାର ଟଙ୍କିଆ ନୋଟ ଛାପିଥିଲେ ।ତେବେ ତାହା ପରେ ୧୯୯୮ ରେ ସେହି ନିଷ୍ପତ୍ତିରୁ ଓହରିଲେ ଇଣ୍ଡୋନେସିଆ ସରକାର । ୧୯୯୮ ରେ ଇଣ୍ଡୋନେସିଆ ୨୦ ହଜାର ଟଙ୍କିଆ ନୂଆ ନୋଟ ଛାପିଥିଲା, ଯେଉଁଥିରେ କି ଗଣେଷଙ୍କ ଫଟୋ ନଥିଲା ।

ଏବେ ସମାନ ଯୁକ୍ତିରେ ଭାରତୀୟ ଟଙ୍କାର ନୋଟ ଉପରେ ମା ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ ବିଜେପି ନେତା ସୁବ୍ରମଣିୟମ ସ୍ୱାମୀ ଦେଇଛନ୍ତି ପରାମର୍ଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.