Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଲାଗୁ ହେଲା ଅଡ-ଇଭିନ୍ ଫର୍ମୂଲା, ଶନିବାର ଗଡିଲା ଅଡ୍ ନମ୍ବର ଗାଡି, ରବିବାର ଇଭିନର ପାଳି

21/03/2020 at 6:30 PM

ଭୁବନେଶ୍ୱର, ୨୧|୦୩:   କଟକ ଭୁବନେଶ୍ବର ଟୁଇନ ସିଟି ସମେତ କିଛି ଜିଲ୍ଲାରେ ଆଜିଠୁ ଲାଗୁ ହୋଇଛି ଅଡ୍ ଇଭିନ୍ ଫର୍ମୂଲା । ବର୍ତ୍ତମାନ ଏହା କେବଳ ଟ୍ରାନ୍ସପୋର୍ଟ ଭେଇକିଲ ପାଇଁ ଲାଗୁ କରାଯାଇଛି । ଟ୍ବିନସିଟିରେ ଏଥିପାଇଁ  ବିଭିନ୍ନ ଛକରେ କମିସନରେଟ ପୋଲିସ ପକ୍ଷରୁ ଗାଡ଼ି ଚାଳକମାନଙ୍କୁ ସଚେତନ କରାଯାଉଛି ।

ଟ୍ବିନ ସିଟିରେ ଲାଗୁହୋଇଛି ଅଡ୍-ଇଭିନ ଫର୍ମୂଲା। ବର୍ତ୍ତମାନ ଏହା କେବଳ ଟ୍ରାନ୍ସପୋର୍ଟ ଭେଇକିଲ ପାଇଁ ଲାଗୁ କରାଯାଇଛି  । କଟକ ଭୁବନେଶ୍ବର ରାଜରାସ୍ତାରେ ଦିନେ ଯୁଗ୍ମ ନମ୍ବର ଓ ଅନ୍ୟ ଦିନେ ଅଯୁଗ୍ମ ନମ୍ବରର ଟ୍ରାନ୍ସପୋର୍ଟ ଭେଇକିଲ ଚାଲିବ । ଲୋକମାନଙ୍କ ପରିବହନ କରୁଥିବା ଅଟୋ ଓ ଟ୍ୟାକ୍ସି କ୍ଷେତ୍ରରେ ଏହି ଅଡ୍-ଇଭିନ ଲାଗୁ କରାଯାଇଛି । ଯେଉଁ ଅଟୋ କିମ୍ବା ଟ୍ୟାକ୍ସିର ଶେଷ ନମ୍ବର ୧, ୩ , ୫ , ୭ ଓ ୯ ରହିଛି ସେହି ଗାଡିଗୁଡିକ ତାରିଖର ଶେଷ ନମ୍ବର  ୧, ୩, ୫, ୭, ଓ ୯  ଥିବା ତାରିଖରେ ରାସ୍ତାରେ ଗଡିବ । ଆଉ ଯେଉଁ ଅଟୋ କିମ୍ବା ଟ୍ୟାକ୍ସିର ଶେଷ ନମ୍ବର ୨, ୪, ୬, ୮, ୦ ସେଗୁଡିକ ୨, ୪, ୬, ୮ ଓ ଶେଷ ଅକ୍ଷର ୦ ପଡୁଥିବା ତାରିଖରେ ପରିବହନ କରିବ । ଆଜିଠାରୁ ଏହି ନିୟମ ଲାଗୁ କରାଯିବା ପରେ କଟକ ଭୁବନେଶ୍ବରର ବିଭିନ୍ନ ଛକରେ କମିସନରେଟ ପୋଲିସ ପକ୍ଷରୁ ସଚେତନତା କରାଯଆଇଛି । ଯେଉଁ ଚାଳକମାନେ ଏ ସମ୍ପର୍କରେ ଅବଗତ ନଥିଲେ ସେମାନେ ନିଜ ନିଜ ଗାଡିକୁ ନେଇ ଷ୍ଟାଣ୍ଡରୁ ବାହାରି ଯାଉଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘୋଷଣାକୁ ସମସ୍ତ ସଂଘ ସ୍ବାଗତ କରିଛନ୍ତି।

ଅଟୋ ଓ ଟ୍ୟାକ୍ସି ଅଡ୍ ଇଭିନ୍ ଫର୍ମୁଲା ଆପଣେଇବାକୁ ଅନୁରୋଧ କରାଯିବା ସହ ସମସ୍ତ ପାର୍କ ଗୁଡିକ ଆସନ୍ତାକାଲି ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଓଡ଼ିଶା ମ୍ୟୁନିସିପାଲିଟି ଆଇନ ୨୦୦୩ର ଭାଗ ୫୮୩ରୁ ୫୯୯ ପର୍ଯ୍ୟନ୍ତ ଦିଆଯାଇଥିବା କ୍ଷମତା ଆଧାରରେ ଏହି ନିୟମ ଲାଗୁ କରାଯାଇଛି । ସରକାରଙ୍କର ଏହି ଘୋଷଣାକୁ ସମସ୍ତ ଜନସାଧାରଣ ବିନା ଦ୍ବିଧାରେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଜଣା ପଡିଛି ।

ଟ୍ବିନ୍‌ ସିଟିକୁ ବାଦ୍‌ ଦେଲେ କିଛି ଜିଲ୍ଲାରେ ମଧ୍ୟ ଏହି ଅଡ଼ ଇଭିନ୍‌ ଫର୍ମୁଲାକୁ ଲାଗୁକରିଛି ସ୍ଥାନୀୟ ପ୍ରଶାସନ । ୨୨ ତାରିଖ ସକାଳ ୭ଟା ଠାରୁ ରାତି ୯ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଜାରି କରାଯାଇଛି । ଏହାକୁ ସମସ୍ତେ ପାଳନ କଲେ କରୋନା ଭାଇରସ ଆଗକୁ ବଢ଼ିବା ଉପରେ ରୋକ୍ ଲଗାଯାଇପାରିବ।

   Related Posts