Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆଜିଠୁ ଟ୍ବିନ୍‌ସିଟିରେ ଅଡ୍-ଇଭିନ୍ ଫର୍ମୁଲା ଲାଗୁ, ବ୍ୟକ୍ତିଗତ ଗାଡି ଉପରେ ଲାଗୁ ହେବନି ନିୟମ

21/03/2020 at 8:06 AM

ଭୁବନେଶ୍ବର ୨।୩: କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ଆଜିଠାରୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ। ଦିଲ୍ଲୀ ଭଳି ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ବ୍ୟବସ୍ଥା ଭୁବନେଶ୍ବରରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିଏମସି। ରାଜଧାନୀରେ ବସ୍, ଟାକ୍ସି, ଅଟୋରିକ୍ସା ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥାରେ ଚାଲିବ। ଆଜି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବସ୍, ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୧, ୩, ୫, ୭ ଓ ୯ ଥିବ, ସେହି ଯାନବାହାନ ଗୁଡ଼ିକ ରାସ୍ତାରେ ଗଡ଼ିପାରିବ ।

ସେହିପରି ବସ୍, ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୦, ୨, ୪, ୬ ଓ ୮ ଥିଲେ, ସେହି ପ୍ରକାର ଗାଡ଼ିଗୁଡ଼ିକ ରବିବାର ଯାତାୟତ କରିପାରିବ । ତେବେ ଘରୋଇ ଗାଡ଼ିଗୁଡ଼ିକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ହସ୍ପିଟାଲ୍ ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା ଗାଡ଼ି ମଧ୍ୟ ଏହି କଟକଣାରୁ ବାଦ ପଡ଼ିବ। ଯୁଗ୍ମ-ଅଯୁଗ୍ମ ନମ୍ବରଯୁକ୍ତ ଯାନବାହାନ ଚଳାଚଳ ନିୟମ ବ୍ୟକ୍ତିଗତ ଗାଡ଼ି ଉପରେ ଲାଗୁ ହେବ ନାହିଁ । ସରକାରୀ ଗାଡ଼ି ଅଥବା ଜରୁରୀକାଳୀନ ପରିସ୍ଥିତିରେ ଭଡ଼ାରେ ନିଆଯାଉଥିବା ଗାଡ଼ିକୁ କୌଣସି ଅସୁବିଧା ହେବ ନାହିଁ ।

   Related Posts