Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ଅବସରରେ ମହାପ୍ରଭୁଙ୍କୁ ଘୋଡ଼ ଲାଗି

ପୁରୀ୨/୧୨: ଶ୍ରୀମନ୍ଦିରରେ ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀରେ ଆରମ୍ଭ ହୋଇଛି ଓଢ଼ଣ ଷଷ୍ଠୀ ପର୍ବ। ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ ।ଏଥିରେ ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଇଥାଏ । ମହାପ୍ରଭୁ ପତନି, ଗୀତଗୋବିନ୍ଦ ପାଟ ଓ ସୁତାପାଟରେ ପ୍ରସ୍ତୁତ ଶୀତବସ୍ତ୍ର ବା ଘୋଡ଼ ପରିଧାନ କରିଛନ୍ତି।

ଏହି ଘୋଡ଼ଲାଗି ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ପରିଧାନ କରିବେ ମହାପ୍ରଭୁ। ଗତକାଲି ତିନି ଠାକୁରଙ୍କ ସହ ମା ବିମଳା, ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନଙ୍କ ପାଇଁ ପ୍ରସ୍ତୁତ ଘୋଡ଼ ଅଧିବାସ ହୋଇଥିଲା।

ପୁରୀ ସଦାଶିବ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଛାତ୍ର ଆଶିଷ କୁମାର ଷଡ଼ଙ୍ଗୀଙ୍କ ଆତ୍ମହତ୍ୟା ନୂଆ ମୋଡ଼ ନେଇଛି। କେବଳ ପ୍ରେମଜନିତ କାରଣ ନୁହେଁ ବଂର ସଂସ୍ଥାନର ବ୍ୟାକରଣ ବିଭାଗର ଅଧ୍ୟାପକଙ୍କ ଚାପ ଓ ବ୍ୟବହାର ଯୋଗୁଁ ଆଶିଷ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସଂସ୍ଥାନର ଶତାଧିକ ଛାତ୍ର, ଛାତ୍ରୀଙ୍କ ସହ ଏବିଭିପି ର କର୍ମକର୍ତ୍ତା। ଆଜି ସଂସ୍ଥାନ ପରିସରରେ ଏବିଭିପି ନେତୃତ୍ବରେ ଶତାଧିକ ଛାତ୍ର, ଛାତ୍ରୀ କ୍ୟାଣ୍ତେଲ ଧରି ପ୍ରତିବାଦ କରିବା ସହ ଆତ୍ମହତ୍ୟା ଘଟଣାର ପ୍ରକୃତ ତଦନ୍ତ ପାଇଁ ଦାବୀ କରିଛନ୍ତି ।

ଗତ ୨୭ତାରିଖରେ ଉପଶାସ୍ତ୍ରୀ ବିଭାଗ ଛାତ୍ର ଆଶିଷ କୁମାର ଷଡ଼ଙ୍ଗୀ ପେଣ୍ଠକଟା ସ୍ଥିତ ବାଲ୍ମିକୀ ଛାତ୍ରାବାସରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏଭଳିକି ଆତ୍ମହତ୍ୟାର ଲାଇଭ ରେକର୍ଡ଼ କରିଥିଲେ। 

248 Views

   ସମ୍ବନ୍ଧିତ ଖବର