ଅକ୍ଟୋବର ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର, ପୂଜାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି

Published By : Prameya-News7 Bureau | September 30, 2021 IST

ଭୁବନେଶ୍ୱର, ୩୦/୦୯: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ପାର୍ବଣ ଋତୁରେ ଅଧିକ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ପୂଜା ପାର୍ବଣରେ ସାମାଜିକ ଦୂରତା ରଖିବାକୁ ସରକାର ନିବେଦନ କରିବା ସହିତ ବାହାରେ ଅଯଥା ଗହଳି ନକରିବାକୁ ସରକାର ସତର୍କ କରାଇଛନ୍ତି । ବର୍ତ୍ତମାନ କୋଭିଡ୍‌ ମାମଲା ସ୍ଥିର ରହିଛି । ଏହାର ସଂକ୍ରମଣ ବଢ଼ିଲେ ଚିନ୍ତା ବଢ଼ିବ ବୋଲି ସେ କହିଛନ୍ତି ।  

କେନ୍ଦ୍ର ସରକାରଙ୍କ ନିୟମକୁ ଅନୁଧ୍ୟା କରି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂଜା ପାର୍ବଣକୁ ସରକାର ବିଶେଷ ଧ୍ୟାନ ଦେବେ । ସହରାଞ୍ଚଳ ଗୁଡ଼ିକରେ ରାତ୍ରୀକାଳିନୀ କର୍ଫ୍ୟୁ ଜାରି ରହିବ । ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ଟ୍ୱିନ୍‌ସିଟିରେ କଡ଼ାକଡ଼ି ହୋଇଛି ରାତ୍ରୀକାଳୀନ କର୍ଫ୍ୟୁ । ବିଶେଷ ଭାବେ ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ କଟକରେ ରାତ୍ରି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।

ପୂର୍ବ ପରି ଦୋକାନ ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ। ପୂର୍ବବତ୍ତ ରାତ୍ରକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ। ଥା ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଗତ ମାସ ଥିବା ନିୟମ ଲାଗୁ ରହିବ । ୨୫୦ ଜଣ ଲୋକଙ୍କୁ ନେଇ ଆୟୋଜନ କରାଯାଇ ପାରିବ। ଅଗଷ୍ଟ ମାସରେ ଏହି ସଂଖ୍ୟା ୫୦ରେ ସୀମିତ  ଥିଲା। ସେହିପରି ବିବାହ ଶୋଭାଯାତ୍ରାକୁ ମିଳିଥିବା ଅନୁମତି ବଳବତ୍ତର ରହିବ । ଶୋଭାଯାତ୍ରାରେ ପୂର୍ବପରି ୫୦ ଜଣ ସାମିଲ ହୋଇ ପାରିବେ। ପୂର୍ଣ୍ଣ କ୍ଷମତା ସହ ମଧ୍ୟ ସିନେମା ହଲ୍ ଚାଲିବ। ତେବେ ଆସନ୍ତୁ ଜାଣିବା ଅକ୍ଟୋବର ମାସ ଗାଇଡ୍‌ଲାଇନ୍‌ର ମୁଖ୍ୟାଂଶ। 

- କଟକ ଏବଂ ଭୁବନେଶ୍ୱରରେ ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ

– ସହରାଞ୍ଚଳ ଗୁଡ଼ିକରେ ନାଇଟ୍ କର୍ଫ୍ୟୁ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ ରହିବ

– ମଲ୍‌, ମାର୍କେଟ୍ , ବଜାର ରାତି ୧୦ ଯାଏଁ ଖୋଲିବ

– ବାହାଘର ଓ ବ୍ରତଘରରେ ୨୫୦ ଜଣ ସାମିଲ୍ ହୋଇ ପାରିବେ।

– ବିବାହ ଶୋଭାଯାତ୍ରାକୁ ଅନୁମତି। ସାମିଲ ହୋଇ ପାରିବେ ୫୦ ଜଣ।

– ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇପାରିବେ ୨୫୦ ଲୋକ।

 – ପୂର୍ଣ୍ଣ କ୍ଷମତାରେ ଚାଲିବ ସିନେମାହଲ୍ ଓ ଥିଏଟର।

– ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ପୂର୍ବପରି ରହିବ।

– ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର ରହିବ।

– ପୂଜା ପାର୍ବଣରେ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍

– ପୂଜା ପାର୍ବଣରେ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ ନିୟମ।

– ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର।

– ନଭେମ୍ୱର ପହିଲା ଯାଏଁ ଏହି ଗାଇଡ୍‌ଲାଇନ୍ ବଳବତ୍ତର ରହିବ।

– ସମସ୍ତ ମ୍ୟୁଜୟମ ଓ ପାଠାଗାର କୋଭିଡ୍ ନିୟମ ମାନି ଖୋଲିବ।

– ପ୍ରେକ୍ଷାଳୟ ଓ ଅଡିଟୋରିୟମରେ ଗାଇଡ୍‌ଲାଇନ୍ ମାନି ମିଟିଂ ହୋଇ ପାରିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.