ଅକ୍ଟୋବର ୮ରେ ଦଶହରା ୨୭ରେ ପାଳିତ ହେବ ଦୀପାବଳି

Published By : Prameya-News7 Bureau | October 02, 2019 IST

କ୍ୟାଲେଣ୍ଡର ଅନୁସାରେ ଚଳିତ ବର୍ଷ ଅକ୍ଟୋବର ମାସର ୩୧ ଦିନରୁ ପ୍ରାୟ ୨୦ ଦିନ ହିନ୍ଦୁ ପର୍ବପର୍ବାଣୀ ରହୁଛି। ତେବେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମାସରେ ୩ଟି ଚତୁର୍ଥୀ ତିଥି ରହୁଥିବା ବେଳେ ଏହି ମାସରେ ଦୁର୍ଗାଷ୍ଟମୀ, ମହାନବମୀ ଓ ଦଶହରା ସାଙ୍ଗକୁ ଶରଦ ପୂର୍ଣ୍ଣିମା, କରବା ଚୌଥ ଓ ଦୀପାବଳି ଭଳି ସାର୍ବଜନିକ ପର୍ବ ପର୍ବାଣୀ ମଧ୍ୟ ପାଳିତ ହେବ। ଅକ୍ଟୋବର ୮ ତାରିଖରେ ବିଜୟା ଦଶମୀ ପାଳନ ହେଉଥିବା ବେଳେ ଆସନ୍ତୁ ଜାଣିବା ମାସର ଅନ୍ୟ ପର୍ବପର୍ବାଣୀ ସମ୍ପର୍କରେ।

{"id":165555}


ଚତୁର୍ଥୀ ବ୍ରତ
ଚଳିତମାସର ୨ ତାରିଖରେ ବିନାୟକ  ଚତୁର୍ଥୀ ପାଳିତ ହୋଇଥିବା ବେଳେ ୧୭ ଓ ୩୧ ଅକ୍ଟୋବର ମଧ୍ୟ ୨ଟି ଚତୁର୍ଥୀ ପାଳନ ହେବ। ମାସରେ ସାଧାରଣତଃ ୨ଟି ଚତୁର୍ଥୀ ପାଳିତ ହୋଇଥାଏ। ତେବେ ଚଳିତମାସରେ ୩ଟି ଚତୁର୍ଥୀ ପାଳନ ହେଉଛି। ୧୭ ଅକ୍ଟୋବରରେ ସଙ୍କୁଷ୍ଟି ଚତୁର୍ଥୀ ପାଳନ ହେଉଥିବା ବେଳେ ମାସର ଶେଷ ଦିନଟି ଅର୍ଥାତ ୩୧ ତାରିଖରେ ବିନାୟକ ଚତୁର୍ଥୀ ପଡୁଛି।

{"id":165556}


ଏକାଦଶୀ
ମାସରେ ୨ଟି ଏକାଦଶୀ ପଡୁଛି। ୯ ତାରିଖରେ ପାପାଙ୍କୁଶା ଏକାଦଶୀ ପାଳନ ହେବାକୁ ଥିବା ବେଳେ ୨୪ ତାରିଖରେ ରମା ଏକାଦଶୀ ବ୍ରତ ପାଳନ ହେବ। ଏହା ଛଡା ଅକ୍ଟୋବର ୧୩ ତାରିଖରେ ଶରଦ ପୂର୍ଣ୍ଣିମା ଓଡିଶାରେ କୁମାରପୂର୍ଣ୍ଣିମା ଭାବେ ପାଳିତ ହେଉଥିବା ବେଳେ ଦିନଟିକୁ ଦେଶରେ ବାଲ୍ମିକୀ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯିବ। ୧୪ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ଅକ୍ଟୋବର ୧୭ ତାରିଖଦିନ କରବା ଚୌଥ ସାଙ୍ଗକୁ ତୁଳାସଂକ୍ରାନ୍ତି ମଧ୍ୟ ରହୁଛି। ସେହି ଦିନ ଲୋକେ ରୋହିଣୀ ବ୍ରତ ମଧ୍ୟ କରିବେ।

{"id":165557}

ଅକ୍ଟୋବର ୨୨ ତାରିଖ ଦୀପାବଳି ପୂର୍ବ ପୂଷ୍ୟାନକ୍ଷତ୍ର ପଡୁଥିବା ବେଳେ ତିଥି କ୍ଷୟ ଯୋଗୁ ଅକ୍ଟୋବର ୨୬ ତାରିଖରେ ଧନତେରଶ ପାଳନ ହେବ। ଅକ୍ଟୋବର ୨୭ ସକାଳେ ରୂପ ଚତୁର୍ଥୀ ଓ ସନ୍ଧ୍ୟାରେ ଦୀପାବଳୀ ଅମାବଶ୍ୟା ପାଳନ ହେବ। ଅକ୍ଟୋବର ୨୮ ତାରିଖ ଦିନ ଗୋବର୍ଦ୍ଧନ ପୂଜା ଓ ୨୯ ତାରିଖରେ ଜମ ଦ୍ୱିତୀୟା ପାଳନ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.