Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ବିରୋଧ, ଅକ୍ଟୋବର ୧୯ରେ ଓଡିଶା ବନ୍ଦ ଡାକରା ଦେଲା ଭିଆଇପି

16/10/2020 at 4:22 PM

ବଲାଙ୍ଗୀର, ୧୬୧୦:   ରାଜ୍ୟରେ ହଜାର ହଜାର ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ବନ୍ଦ କରିଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ଅକ୍ଟୋବର ୧୯ ତାରିଖ ଓଡିଶା ବନ୍ଦ କରାଯିବ ବୋଲି ଡାକରା ଦେଇଛି ଭିଲେଜର୍ସ ଇଣ୍ଡିଆ ପାର୍ଟି(ଭିଆଇପି)।

ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଭିଆଇପିର ରାଜ୍ୟ ସଭାପତି ଡ. ବିପିନ କୁଶୁଲିଆ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସର୍ବଶିକ୍ଷା ଅଭିଯାନ ତଥା ମୁକ୍ତ ଓ ବାଧ୍ୟତାମୂଳକ ସାମ୍ବିଧାନିକ ମୌଳିକ ଶିକ୍ଷା ଅଧିକାର ବିରୋଧରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନାମରେ ବଲାଙ୍ଗିର ଜିଲ୍ଲାର ୨୭୬ ବିଦ୍ୟାଳୟ ସମେତ ବୌଦ୍ଧ, ନବରଙ୍ଗପୁର, ଗଜପତି ଓ ଢେଙ୍କାନାଳ ଭଳି ଜିଲ୍ଲାର ହଜାର ହଜାର ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଭାରତ ସରାକରଙ୍କ ନୀତି ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ମିଶ୍ରଣ କାର୍ଯ୍ୟକ୍ରମରେ ଓଡିଶାର ଗ୍ରାମୀଣ ଓ ସ୍ଥାନୀୟ ବିଦ୍ୟାଳୟ ବନ୍ଦ ହୋଇଯାଉଛି । ପ୍ରଥମରୁ ପଂଚମ ଶ୍ରେଣୀ ମଧ୍ୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଅନ୍ୟ ଗାଁକୁ ପାଠ ପଢିବାକୁ ଯାଇ ପାରିବେ ନାହିଁ । ବିଶେଷତଃ ଗାଁ ଗହଳିରେ ରହୁଥିବା ଚାଷୀ, ମୂଲିଆ ଓ ଗରୀବ ଶ୍ରେଣୀରେ ଲୋକମାନେ ନିଜ ପିଲାଛୁଆଙ୍କୁ ଅନ୍ୟ ଗାଁକୁ ନିଆଅଣା କରି ପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ, ଓଡିଶା ସରକାରଙ୍କ ୫୦୦ ଟଙ୍କାର ସହାୟତା ରାଶି ମୂଲ୍ୟହୀନ । ପିଲାମାନଙ୍କୁ ୨ରୁ ୫ କିମି ଯିବାକୁ ପଡିବ । ତେବେ ଅନେକ ଦୁର୍ଗମ ଅଂଚଳରେ ରାସ୍ତା ଗୁଡ଼ିକ ବିପଦସଙ୍କୁଳ ରହିଛି । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧ୍ୱସ୍ତ କରି ଘରୋଇ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ବୋଲି ଭିଆଇପି ଅଭିଯୋଗ କରିଛି ।

ଏହି ପ୍ରସଙ୍ଗରେ ପାର୍ଟି ତରଫରୁ ଗତ ଗାନ୍ଧୀ ଜୟନ୍ତୀରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଜାରି ରହିଛି । ସରକାର ତାଙ୍କ ନିଷ୍ପତ୍ତିର ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ଧାରଣା ଓ ଆନ୍ଦୋଳନ ଜାରି ରହିବ ବୋଲି ଡ. କୁଶୁଳିଆ କହିଛନ୍ତି ।

   Related Posts