ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କ ପିଛା ଛାଡୁନି ଲୁଣ ଚିକିତ୍ସା ବିବାଦ, ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ନୋଟିସ୍

Published By : Prameya-News7 Bureau | August 27, 2019 IST

ସମ୍ବଲପୁର ୨୭|୮: ବଢ଼ିଲା ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କ ଅଡୁଆ । ଭିମସାରର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାର ୮ ମାସ ହୋଇଯାଇଥିଲେ ମଧ୍ୟ ଲୁଣ ଚିକିତ୍ସା ବିବାଦ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କ ପିଛା ଛାଡୁନି । ଲୁଣ ଚିକିତ୍ସା ଦ୍ବାରାରୋଗୀଙ୍କ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ପୂଜାହାରୀଙ୍କୁ ନୋଟିସ ଜାରି କରିଛି ଓଡ଼ିଶା କାଉନସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ । କାଉନସିଲ ଏଥିକ୍ସ କମିଟି ନିକଟରେ ଆସନ୍ତା ୬ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ରଖିବାରେ ପୂଜାହାରୀ ବିଫଳ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.