ବାରବାଟୀରେ ଆଜିଠୁ ଆରମ୍ଭ ଓଡିଶା କ୍ରିକେଟ୍ ଲିଗ୍

Published By : Prameya-News7 Bureau | December 27, 2020 IST

କଟକ୨୭/୧୨: ଆଜିଠୁ କଟକ ବାରବାଟୀରେ ଓଡିଶା କ୍ରିକେଟ ଲିଗ୍ ଆରମ୍ଭ।  ଓସିଏଲ୍‌ର ଉଦଘାଟନୀ ଊତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଓଡିଶା ପାନ୍ଥରସକୁ ଭେଟିବ ଓଡିଶା ପ୍ୟୁମା ।

ସଂଧ୍ୟା ସାଢେ ୭ଟାରେ ଓଡିଶା ଟାଇଗରସ୍ ଟିମ୍‌କୁ ଭେଟିବ ଓଡିଶା ଚିତାସ୍ । ଅନ୍ୟ ଦୁଇଟି ଟିମ୍ ହେଲେ ଓଡିଶା ଜାଗୁଆରସ୍ ଓ ଓଡିଶା ଲାଇନସ୍। ସମସ୍ତ ମ୍ୟାଚ ବାରବାଟୀରେ ଖେଳାଯିବ। ଫାଇନାଲ ମ୍ୟାଚ ୧୪ ତାରିଖରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.