Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବାଗଦାଦରେ ଆମେରିକୀ ଦୂତାବାସ ଓ ମିଲିଟାରୀ ବେସ୍ ଉପରେ ରକେଟ୍ ହମଲା, ଅକ୍ଟୋବରରୁ ଏ ଯାଏ ହେଲାଣି ୩୫ ଥର ଆକ୍ରମଣ

5/07/2020 at 7:24 PM

ବାଗଦାଦ ୦୫।୦୭: ଇରାକର ରାଜଧାନୀ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ଓ ମିଲିଟାରୀ ବେସ୍‌କୁ ନିଶାଣ କରି ରବିବାର ପୁଣି ଥରେ ରକେଟ୍ ହମଲା ହୋଇଛି। ଇରାକୀ ସେନା ଅନୁଯାୟୀ ନିକ୍ଷେପ ହୋଇଥିବା ରକେଟ୍ ବଗଦାଦର ଅତି ସୁରକ୍ଷିତ ଗ୍ରୀନ ଜୋନ୍‌ରେ ଆମେରିକୀ ଦୂତାବାସ ନିକଟରେ ଖସି ପଡିଛି। ଏହି ଆକ୍ରମଣରେ ଜଣେ ଆହତ ହୋଇଛନ୍ତି।

ଅନ୍ୟପଟେ ଦ୍ଵିତୀୟ ରକେଟ୍ ଆକ୍ରମଣ ତାଜି ମିଲିଟାରୀ ବେସ୍‌କୁ ନିଶାଣ କରି କରାଯାଇଛି। ଏହି ମିଲିଟାରୀ ବେସ୍‌ରେ ଆମେରିକୀ ସୈନିକ ରହୁଛନ୍ତି। କୁହାଯାଉଛି ଯେ, ମିଲିଟାରୀ ବେସ୍‌କୁ ନିଶାଣ କରି ଏହି ରକେଟ୍‌ ହମଲା କରାଯାଇଥିଲା। ଏହି ଘଟଣା ପରେ ଇରାକୀ ସେନା ରକେଟ୍ ଓ ଏହାର ଲଞ୍ଚରକୁ ନିଜ କବଜାକୁ ନେଇଛି।

ସୂଚନା ଅନୁଯାୟୀ, ଅକ୍ଟୋବରରୁ ନେଇ ଏ ପର୍ଯ୍ୟନ୍ତ ଆମେରିକା ଦୂତାବାସ୍‌ ଓ ସେନା ଉପରେ କଥିତ ଭାବେ ଇରାନ ସମର୍ଥକ ବିଦ୍ରୋହୀ ଗୋଷ୍ଠୀ ୩୫ରୁ ଅଧିକ ଥର ରକେଟ୍‌ ହମଲା କରି ସାରିଛନ୍ତି। ମାତ୍ର ଇରାନ ପ୍ରତି ଥର ଏହି ହମଲା ପଛରେ ତାର ହାତ ନଥିବା କହି ଆସିଛି। ଏଥର ମଧ୍ୟ ଇରାନ ସଂଗଠନ ଏହି ଆକ୍ରମଣ ପଛରେ ତାର ହାତ ନଥିବା କହିଛି।

ବିବିସିର ରିପୋର୍ଟ ଅନୁଯାୟୀ ଏହି ହମଲା ସେହି ସମୟରେ କରାଯାଇଛି, ଯେବେ ଆମେରିକା କିଛି ଘଣ୍ଟା ପୂର୍ବରୁ ନିଜର ସି ରାମ ନାମକ ନୂତନ ମିସାଇଲ୍‌ ଡିଫେନ୍ସ ସିଷ୍ଟମର ପରୀକ୍ଷଣ କରିଥିଲା। ଏହି ଡିଫେନ୍ସ ସିଷ୍ଟମ ନିଜ ଆଡକୁ ଆସୁଥିବା କୌଣସି ବି କ୍ଷେପଣାସ୍ତ୍ରକୁ ଆକାଶରେ ମାରି ନଷ୍ଟ କରିବାର କ୍ଷମତା ରଖିଛି।

   Related Posts