ଲକ୍‌ଡାଉନ୍‌ ୪.୦: ଜାଣନ୍ତୁ କ’ଣ ଖୋଲା ରହିବ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୦୫: ଦେଶରେ ଲକ୍‌ଡାଉନ୍‌ ୪ର ଘୋଷଣା କରାଯାଇଛି। ଏହାର ମିଆଦ ବଢାଯାଇ ମେ ୩୧ କରାଯାଇଛି। ଦେଶରେ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ମେ ୧୮ରୁ ମେ ୩୧ ପର୍ଯ୍ୟନ୍ତ ଅର୍ଥାତ ୧୪ ଦିନ ହେବ। ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ ଦେଶର ସମସ୍ତ ସ୍କୁଲ, କଲେଜ, ମଲ୍ ଓ  ଜିମ୍ ବନ୍ଦ ରହିବ। ଏହା ସହିତ ମେ ୩୧ ପର୍ଯ୍ୟନ୍ତ ମେଟ୍ରୋ ଓ ବିମାନ ସେବା ସଞ୍ଚାଳନ ସଂପୂର୍ଣ୍ଣ ବନ୍ଦ ରହିବ।

ସେଲୁନ ଖୋଲିବ କି ନାହିଁ ତାର ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଆସନ୍ତୁ ଜାଣିବା ଲକ୍‌ଡାଉନ୍‌ ୪.୦ରେ କଣ ଖୋଲିବ ଏବଂ କଣ ବନ୍ଦ ରହିବ।

କ’ଣ ଖୋଲିବ

- ଅନଲାଇନ୍‌ ପାଠ୍ୟକ୍ରମ ଜାରି ରହିବ।

- ସ୍ପୋର୍ଟ୍ସ କମ୍ପ୍ଲେକ୍ସ  ଓ ଷ୍ଟାଡିୟମ ଖୋଲା ରହିବ। ମାତ୍ର ଦର୍ଶକଙ୍କୁ ପ୍ରବେଶ ମନା।

- ଷ୍ଟାଡିୟମ ଅଭ୍ୟାସ୍ ଲାଗି ଖୋଲାଯିବ।

- ସରକାରୀ ଦପ୍ତର ଖୋଲିବ।

- ସରକାରୀ କ୍ୟାଣ୍ଟିନ୍ ଚାଲିବ।

- କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ବାକି ଜୋନ୍‌ରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପରସ୍ପର ସହମତି ଭିତ୍ତିରେ ବସ୍ ଚଳାଚଳ ହୋଇ ପାରିବ।

- ଯେତେ ସବୁ ରେସ୍ତୋରାଁ ରହିଛି ଏବେ ଖାଦ୍ୟର ହୋମ୍ ଡେଲିଭରୀ କରି ପାରିବେ।

- ବିବାହରେ ୫୦ ଜଣ ଲୋକ ସାମିଲ ହୋଇ ପାରିବେ।

କଣ ବନ୍ଦ ରହିବ

- ଉଡାଜାହାଜ ଚଳାଚଳ ବନ୍ଦ ରହିବ।

- ମେଟ୍ରୋ, ରେଳ ସେବା ବନ୍ଦ ରହିବ।

- ସ୍କୁଲ, କଲେଜ୍ ବନ୍ଦ ରହିବ।

- ହୋଟେଲ୍, ରେସ୍ତୋରାଁ ବନ୍ଦ ରହିବ। (ରେସ୍ତୋରାଁ କେବଳ ହୋମ୍ ଡେଲିଭରୀ କରି ପାରିବେ)

- ସିନେମା ହଲ୍, ସପିଂ ମଲ, ଜିମ୍ ପୂର୍ବ ପରି ବନ୍ଦ ରହିବ।

- ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ଆୟୋଜନ ଉପରେ କଟକଣା ଜାରି ରହିବ।

ଦୋକାନ ଖୋଲିବା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର

କେନ୍ଦ୍ରର ଗାଇଡ୍‌ଲାଇନ୍‌ରେ କୁହାଯାଇଛି, କେଉଁ ରାଜ୍ୟରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ବନ୍ଦ ରହିବ ଏହାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

ଏହା ବ୍ୟତୀତ କେନ୍ଦ୍ର ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନ୍‌ ନିଷ୍ପତ୍ତି କରିବାର ଅଧିକାର ରାଜ୍ୟକୁ ପ୍ରଦାନ କରିଛନ୍ତି। ସେମାନେ ନିଜ ନିଜ ରାଜ୍ୟରେ କେଉଁ ଅଞ୍ଚଳ କେଉଁ ଜୋନରେ ରହିବେ ତାର ନିଷ୍ପତ୍ତି ନେବେ।

{"id":271643,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.