ସାମୁଦ୍ରିକ ଝଡ 'ନୌଲ୍' : ବଙ୍ଗୋପସାଗରରେ ସେପ୍ଟେମ୍ବର ୨୦ ସୁଦ୍ଧା ସୃଷ୍ଟି ହେବ ଲଘୁଚାପ !

Published By : Prameya-News7 Bureau | September 18, 2020 IST

ଭୁବନେଶ୍ୱର , ୧୮/୯ : ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ନୌଲ୍‌’ ର ପ୍ରଭାବରେ ବଙ୍ଗୋପ ସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ବଙ୍ଗୋପ ସାଗରରେ ଏହା ଅବପାତ ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରବିବାର ରାତି ସୁଦ୍ଧା ଏହା ପଶ୍ଚିମ ବଂଗରେ ଅନୁଭୂତ ହେବା ସମ୍ଭାବନା ଥିବା ବେଳେ ଏହାର ଗତି ଝାଡଖଣ୍ଡ ଓ ଛତିଶଗଡ ମୁହାଁ ହେବ ଏବଂ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ।

ଏହାର ପ୍ରଭାବରେ ଉତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେପ୍ଟେମ୍ବର ୨୦ ଓ ୨୧ରେ ପ୍ରବଳରୁ  ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ସେପ୍ଟେମ୍ବର ୨୨ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ସେପ୍ଟେମ୍ବର ୧୯ ରୁ ୨୧ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.