ରବିବାର ଠାରୁ ଆରମ୍ଭ ହେବ ଏମ୍‌ଜିଏମ୍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ୧୪ରେ ଖେଳାଯିବ ଫାଇନାଲ

Published By : Prameya-News7 Bureau | December 26, 2020 IST

କଟକ ୨୬।୧୨: କ୍ରିକେଟ ପ୍ରେମୀଙ୍କୁ ପାଇଁ ଖୁସିର ଖବର । ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହେବେ ଏମ୍‌ଜିଏମ୍‌ ଟି-୨୦ କ୍ରିକେଟ୍‌ ଲିଗ୍‌ । ଏଥିରେ ୬ଟି ଟିମ୍‌ ଭାଗନେବାର କାର୍ଯ୍ୟକ୍ରମ ରହିଛି । କୋଭିଡ଼ କଟକଣା ମଧ୍ୟରେ ଖେଳାଯିବ ସମସ୍ତ ମ୍ୟାଚ୍‌ ।

ରବିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଭାଗ ନେବେ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜନ କରାଯିବ । ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜାନୁଆରୀ ୧୪ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଜାନୁଆରୀ ୧୪ରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ । ଓସିଏ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.