Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ସାମ୍ନାକୁ ଆସିଛି ଓଡିଶା କ୍ରିକେଟ ଆସୋସିଏସନର କେଳେଙ୍କାରୀ : ମନଇଚ୍ଛା ଖେଳାଳି ଚୟନ

16/09/2019 at 10:46 AM

କଟକ ୧୬/୯: ସାମ୍ନାକୁ ଆସିଛି ଓଡିଶା କ୍ରିକେଟ କେଳେଙ୍କାରୀ । ଓଡିଆ କ୍ରିକେଟ ଆସୋସିଏସନ୍- ଓସିଏ ନିର୍ବାଚନକୁ ଆଉ ମାତ୍ର ୧୨ଦିନ ବାକି । ହାତଗଣତି ୭୩ ଭୋଟରଙ୍କୁ ନେଇ ହେବ ସଂପୂର୍ଣ୍ଣ ପ୍ରକ୍ରିୟା । ତେଣୁ ଗୋଟିଏ ଭୋଟ୍ ର ମୂଲ୍ୟ ଢେର ଅଧିକ । କାହାକୁ କେଉଁ ବାଟରେ ସନ୍ତୁଷ୍ଟ କରାଯିବ ସେନେଇ ଚାଲିଛି ଚେଷ୍ଟା । ଖାସ ସେଥିପାଇଁ ନିର୍ବାଚନ ପାଇଁ ଏବେ ସିଲେକ୍ସନ ଗୋଟି ଚାଳନା କରାଯାଇଛି ।

ଭାଗମାପ କରି ସବୁ ଜିଲ୍ଲାରୁ ଖେଳାଳି ଏକାଠି କରି ଚୟନପ୍ରକ୍ରିୟା ଶେଷ ହୋଇଛି । ତେବେ ସବୁଠୁ ଆଶ୍ଚର୍ଯ୍ୟ, ସିଲେକ୍ସନ ବା ଚୟନ ପ୍ରକ୍ରିୟା ଲାଗି ଚୟନକର୍ତ୍ତାଙ୍କୁ ଲୋଡିନି ଓସିଏ । ମନଇଚ୍ଛା କାରବାର କରି ଖେଳାଳି ଚୟନ କରାଯାଇଛି । ଜୁନିଅର ଚୟନକର୍ତ୍ତା କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ଥିବା ବେଳେ ଏଭିତରୁ କିଛି ଚୟନକର୍ତ୍ତାଙ୍କୁ ଖୋଜା ଯାଇନି । ନା ସେମାନଙ୍କୁ ଓସିଏ ଚିଠି କରିଛି ନା କୌଣସି ମେସେଜ୍ ପଠାଇଛି । ଏନେଇ ଚୟନକର୍ତ୍ତାମାନେ କ୍ଷୁବ୍ଧ ହୋଇଛନ୍ତି । ବିନା ଚୟନକର୍ତ୍ତାରେ କିଭଳି ଖେଳାଳି ଚୟନ କରାଯାଉଛି ସେନେଇ ଆପତ୍ତି ଉଠାଇଛନ୍ତି । ଏପରିକି ଜଣେ ଚୟନକର୍ତ୍ତା ନିକଟରେ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଥିଲେ ।

ଫୋନରେ ଟଙ୍କା କାରବାର କରି ଚୟନ କରାଯାଉଥିବା ଲେଖିଥିଲେ । କିନ୍ତୁ ଚାପ ଯୋଗୁ ଏହାକୁ ଡିଲିଟ କରିବାକୁ ବାଧ୍ୟ ହୋଇଥିଲେ। ଏଭଳି ପରିସ୍ଥିତିରେ ଜୁନିଅର କ୍ରିକେଟର ସ୍ଥିତି ଦୟନୀୟ ହୋଇ ପଡିଥିବା ବେଳେ ନିର୍ବାଚନର ନିରପେକ୍ଷତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୧୦ତାରିଖରୁ କଟକ ବିଡାନାସୀ ଓ ବୋସ୍ ପଡିଆରେ ଚୟନପ୍ରକ୍ରିୟା ଚାଲିଥିଲା । ୧୯ବର୍ଷରୁ କମ ରାଜ୍ୟ ଟିମ୍ ସିଲେକ୍ସନ ପାଇଁ ଖେଳାଯାଇଥିଲା ୩ଟି ଟ୍ରାଏଲ ମ୍ୟାଚ । ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାରୁ ୬୨ଜଣଙ୍କ ନାଁ ତାଲିକାଭୁକ୍ତ କରାଯାଇଥିଲା । ତେବେ ରାତାରାତି ଏହା ୧୦୦ଟପି ଯାଇଥିଲା । ନିର୍ଦ୍ଦିଷ୍ଟ ଜିଲ୍ଲାରୁ ଅତିକମରେ ୪ଖେଳାଳି ଶିବିର ଲାଗି ଆସିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଖାସ ନିର୍ବାଚନ ପାଇଁ ଏନିୟମକୁ କୋହଳ କରିଦିଆଯାଇଛି ।

କିଛି ଚୟନକର୍ତ୍ତା ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ସେମାନଙ୍କ କଥା ଶୁଣା ଯାଇନଥିଲା । ଫଳରେ ଶିବିର ବିଶୃଂଖଳିତ ଢଙ୍ଗରେ ପରିଚାଳିତ ହୋଇଥିଲା । ଏଭଳି ବ୍ୟାପକ ବିଭ୍ରାଟ ପରେ ଆସନ୍ତା ସିଜିନରେ ଓଡିଶା କିଭଳି ପ୍ରଦର୍ଶନ କରିବ ତାହା ଏବେଠୁ ଜଳଜଳ ଦିଶିଲାଣି।

   Related Posts