ଆଜିଠୁ ଆରମ୍ଭ ହେବ ଓସିଏ ଆନ୍ତଃଜିଲ୍ଲା ଟି-୨୦ ଲିଗ୍, ମୋଟ ୧୦୩ଟି ମ୍ୟାଚ୍ ଖେଳାଯିବ

Published By : Prameya-News7 Bureau | December 14, 2020 IST

ଭୁବନେଶ୍ୱର ୧୪।୧୨ :  ଆଜିଠୁ ଆରମ୍ଭ ହେବ ଓସିଏ ଆନ୍ତଃଜିଲ୍ଲା ଟି-୨୦ ଲିଗ୍ । ଏହି ଲିଗ୍ ପାଇଁ ୩୭ ଟି ଟିମ୍ ଚୟନ ହୋଇଛି । ୩ ଟି ପର୍ଯ୍ୟାୟରେ ହେବ ଏହି ଟି ୨୦ ଲିଗ୍ । ପ୍ରିଲିମିନାରୀ,ସୁପର ଲିଗ୍ ଓ ଫାଇନାଲ ପର୍ଯ୍ୟାୟରେ ଖେଳାଯିବ । କଟକ ଓ ଭୁବନେଶ୍ୱର ବିଭିନ୍ନ ଗ୍ରାଉଣ୍ଡ ରେ ହେବ ସମସ୍ତ ମ୍ୟାଚ୍ ।

{"id":377004,"sizeSlug":"large","linkDestination":"none"}

ତେବେ ଓସିଏ ଆନ୍ତଃଜିଲ୍ଲା ଟି-୨୦ ଲିଗ୍ ରେ ମୋଟ ୧୦୩ ଟି ମ୍ୟାଚ୍ ଖେଳାଯିବ । ୨୨ ତାରିଖରେ ହେବ ମେଗା ଫାଇନାଲ । ଲିଗ୍ ରେ ସାମିଲ୍ ହେବାକୁ ଥିବା ସମସ୍ତ ଖେଳାଳିଙ୍କ କୋଭିଡ୍ ଟେଷ୍ଟ କରାଯିବ । ଗ୍ରାଉଣ୍ଡ ରେ ଖେଳ ଦେଖିବାକୁ ସାଧାରଣ ଲୋକଙ୍କ ପାଇଁ ସୁଯୋଗ ମିଳିବ ନାହିଁ । ତେବେ ଆଗକୁ ହେବାକୁ ଥିବା ମୁସ୍ତାକ ଅଲ୍ଲି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ କରିବା ସହିତ କ୍ରିକେଟ୍ ପ୍ରତିଭା ମାନଙ୍କୁ ପ୍ଲାଟଫର୍ମ ଦେବା ହେଉଛି ଏହି ଲିଗ୍ ର ଲକ୍ଷ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.