ଓସିଏ ପକ୍ଷରୁ ବିଭିନ୍ନ ଟିମ୍ ପାଇଁ କୋଚ୍ ତାଲିକା ପ୍ରକାଶ : ରଣଜୀ ପାଇଁ ସଞ୍ଜୟ ଶତପଥିଙ୍କୁ ବ୍ୟାଟିଂ ଓ ଗୌତମ ଗୋପାଳଙ୍କୁ ଫିଲ୍ଡିଂ ଦାୟିତ୍ୱ

Published By : Prameya-News7 Bureau | July 26, 2021 IST

କଟକ,୨୬/୦୭: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ତରଫରୁ ବିଭିନ୍ନ ବୟସ ବର୍ଗରେ ପୁରୁଷ ଓ ମହିଳା ଟିମ୍‌ ପାଇଁ କୋଚ୍‌ ତାଲିକା ପ୍ରକାଶ କରାଯାଇଛି। ୱାସିମ ଜାଫର୍‌ ଓସିଏର ମୁଖ୍ୟ କୋଚ୍‌ ରହିଛନ୍ତି । ରଣଜୀ ଟ୍ରଫି ପାଇଁ ସଞ୍ଜୟ ଶତପଥୀ ବ୍ୟାଟିଂ ଓ ଗୌତମ ଗୋପାଳ ଫିଲ୍ଡିଂ କୋଚ୍‌ ନିଯୁକ୍ତ ହୋଇଛନ୍ତି ।

୨୩ବର୍ଷରୁ କମ୍‌ ବର୍ଗରେ ନଟରାଜ ବେହେରା, ରାକେଶ ମହାନ୍ତି ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ବିଭାଗ ଦେଖିବେ । ୧୯, ୧୬ ଓ ୧୪ବର୍ଷରୁ କମ୍‌ ବର୍ଗରେ ରଶ୍ମିରଞ୍ଜନ ପରିଡ଼ା ମୁଖ୍ୟକୋଚ୍‌ ଭାବେ କାର୍ଯ୍ୟ କରିବେ । ୧୯ବର୍ଷରୁ କମ୍‌ ବର୍ଗରେ ରଶ୍ମିରଞ୍ଜନ ଦାସ ବ୍ୟାଟିଂ ଓ ଶୋଭନ ଦେବ ବୋଲିଂ କୋଚ୍‌, ୧୬ବର୍ଷରୁ କମ୍‌ ବର୍ଗରେ କେ.ଭି.ପ୍ରସାଦ, ଦୀପକ ବେହେରା, ସିନିୟର ମହିଳାରେ ସୁରେଶ କୁମାର, ବିକାଶ ପତି, ୨୩ବର୍ଷରୁ କମ୍‌ ବର୍ଗରେ ଇତିଶ୍ରୀ ପଟ୍ଟନାୟକ, ୧୯ବର୍ଷରୁ କମ୍‌ ମହିଳା ଟିମ୍‌ରେ କାଦମ୍ବିନୀ ମହାକୁଡ଼ ଓ ଗଙ୍ଗୋତ୍ରୀ ବେହେରା କୋଚ୍‌ ଦାୟିତ୍ୱ ନିର୍ବାହ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.