Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ବାରବାଟୀରେ ହେବାକୁ ଥିବା ମ୍ୟାଚ୍ ପାଇଁ ୨୨ କୋଟି ଟଙ୍କାର ଇନ୍‌ସ୍ୟୁରାନ୍ସ ଘୋଷଣା କଲା ଓସିଏ

24/11/2019 at 5:48 PM

କଟକ ୨୪।୧୧: ଓସିଏ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଛି ଓସିଏର ସାଧରଣ ପରିଷଦ ବୈଠକ । ବୈଠକରେ ଆସନ୍ତା ମାସ ୨୨ ତାରିଖରେ ହେବାକୁ ଆନ୍ତର୍ଜାତିକ ମ୍ୟାଚ୍ ନେଇ ମଧ୍ୟ ଆଲୋଚନା ହୋଇଛି । ଏହାସହ ଘରୋଇ ଟୁର୍ଣ୍ଣାମେଣ୍ଟ ଅଧିକ ଆଗକୁ ବଢାଇବା ପାଇଁ ପରିଷଦ ବୈଠକରେ ଆଲୋଚନା ହୋଇଥିବା ଓସିଏ ପକ୍ଷରୁ କୁହାଯାଇଛି । ଆସନ୍ତା ମ୍ୟାଚରେ ୨୨ କୋଟି ଟଙ୍କା ଇନସ୍ୟୁରାନ୍ସ କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି ।

ଓଡିଶା କ୍ରିକେଟ ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓସିଏର ଆୟବ୍ୟୟ ନେଇ ଆଲୋଚନା କରାଯାଇଥିଲା । ଏହାସହ ଆସନ୍ତା ମାସ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଏବଂ ଓ୍ବେଷ୍ଟଇଣ୍ଡିଜ ମ୍ୟାଚ୍ ନେଇ ମଧ୍ୟ ଆଲୋଚନା କରାଯାଇଛି । ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ୨୨ ଲକ୍ଷ ଟଙ୍କା ଇନସ୍ୟୁରାନ୍ସ କରାଯାଇଛି । ମ୍ୟାଚ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଓସିଏ ସଂପାଦକ । ତେବେ ଫନିରେ କ୍ଷତି ହୋଇଥିବା ବାରବାଟୀ ଷ୍ଟାଡିୟମ ପାଇଁ ବିସିସିଆଇ ୧୦ କୋଟି ଟଙ୍କା ପ୍ରଦାନ କରିଥିବା ଓସିଏ ସଂପାଦକ କହିଛନ୍ତି ।

ସାଧରଣ ପରିଷଦ ବୈଠକରେ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଆଲୋଚନା କରାଯାଇଛି । ରଣଜୀ କ୍ରିକେଟ ମ୍ୟାଚ ପାଇଁ ଭଲ କ୍ରିକେଟର ବାହାର କରିବା ପାଇଁ ଏକ ନକ୍ସା ପ୍ରସ୍ତୁତ କରାଯାଇଥିବା ଓସିଏ ସଂପାଦକ କହିଛନ୍ତି । ଏହାସହ ଅଧିକରୁ ଅଧିକ ଖେଳାଳି ସୃଷ୍ଟି କରିବା ସହ ଓଡିଶା କ୍ରିକେଟକୁ ଅଧିକ ମଜଭୁତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି ଓସିଏ ସଂପାଦକ ।

ଓସିଏ ନିର୍ବାଚନ ପରେ ଏହା ଥିଲା ଦ୍ବିତୀୟ ସାଧରଣ ପରିଷଦ ବୈଠକ । ତେବେ ମ୍ୟାଚ୍ ପୂର୍ବରୁ ଆଉ ଏକ ବୈଠକ କରାଯାଇ ହେବାକୁ ଥିବା ମ୍ୟାଚ୍ ପାଇଁ ବିସ୍ତୃତ ଆଲୋଚନା କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି ।

   Related Posts