ପାକିସ୍ତାନ ରାଜଧାନୀରେ କୃଷ୍ଣ ମନ୍ଦିର ନିର୍ମାଣକୁ ନେଇ ସନ୍ଦେହ, ମୌଳବାଦୀ ଉପାଡିନେଲେ ଶୁଭ ସ୍ତମ୍ବ, ଜମିରେ ପଢୁଛନ୍ତି ନମାଜ୍ !

Published By : Prameya-News7 Bureau | July 08, 2020 IST

ଇସ୍ଲାମାବାଦ:  ପାକିସ୍ତାନ ରାଜଧାନୀରେ ପ୍ରସ୍ତାବିତ କୃଷ୍ଣ ମନ୍ଦିର ନିର୍ମାଣ ନେଇ ଏବେ ସନ୍ଦେହ ଉପୁଜିଛି। ମନ୍ଦିର ନିର୍ମାଣ ଲାଗି ଭୂମି ଚିହ୍ନଟ ପରେ ଶୁଭ ମଧ୍ୟ ଦିଆଯାଇଥିଲା। ଏହି ମନ୍ଦିର ନିର୍ମାଣର ସମସ୍ତ ଖର୍ଚ୍ଚ ଇମ୍ରାନ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ। ତେବେ ମନ୍ଦିର ଲାଗି ଶୁଭ ଦିଆଯିବା ପରେ ମୌଳବାଦୀମାନେ ଜମିକୁ ସଫା କରି ସେଠାରେ ନମାଜ ପାଠ କରୁଥିବା ବେଳେ ଶୁଭ ସ୍ତମ୍ବ ଉପାଡି ନେଇଥିବା ଜଣାପଡିଛି।  

{"id":297780,"sizeSlug":"large"}

ଏହି ମନ୍ଦିର ନିର୍ମାଣରେ ସ୍ଥାନୀୟ କଠୋରପନ୍ଥୀମାନେ ବାଧା ହୋଇଛନ୍ତି। ମନ୍ଦିର ନିର୍ମାଣ ଲାଗି ପ୍ରଥମେ ମୌଳବାଦୀମାନେ ରୋକ ଲଗାଇଥିଲେ। ପରେ ଏଥିଲାଗି ନିର୍ମିତ ନିଅଁକୁ ଉପାଡି ନମାଜ କରିବା ଆରମ୍ଭ କରିଦେଇଥିଲେ। ଘଟଣା ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସରକାରଙ୍କୁ ମଧ୍ୟ ସୂଚନା ମିଳିସାରିଲାଣି। ତେବେ ଇମ୍ରାନ ସରକାର ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଛନ୍ତି।

{"id":297781,"sizeSlug":"large"}

ଅନ୍ୟପକ୍ଷରେ ମୌଳବାଦୀଙ୍କ ଏପରି ଆଚରଣକୁ ସ୍ଥାନୀୟ ସଂଖ୍ୟାଲଘୁମାନେ ସମାଲୋଚନା କରିଛନ୍ତି। ପାକିସ୍ତାନରେ ଧାର୍ମିକ ଅସହିଷ୍ଣୁତା ନଥିବା ଇମ୍ରାନ ଖାନ୍‌ ଦାବି କରୁଥିଲେ। ତେବେ ଦେଶରେ ସଂଖ୍ୟାଲଘୁ କିପରି ନିର୍ଯାତୀତ ଏହି ମନ୍ଦିର ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ସାରା ଦେଶରେ ଧାର୍ମିକ ଅସହିଷ୍ଣୁତା ଏବେ ଗୁରୁତର ହୋଇପଡିଛି। ସରକାର ରାଜଧାନୀରେ ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଘୋଷଣା କରିବା ପରେ ମୌଳବାଦୀ ମୁସଲମାନ୍‌ ମାନେ ଫତୱା ଜାରି କରିଥିଲେ। ସେମାନେ ମନ୍ଦିରର ନିଅଁ ଉପାଡିବାର ଦିନକପୂର୍ବରୁ ସରକାର ମନ୍ଦିର ନିର୍ମାଣରେ ରୋକ ଲଗାଇଥିଲେ ବୋଲି ଏବେ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.