ଆନ୍ଦୋଳନରେ ଜୀବନ ହାରିଥିବା କୃଷକଙ୍କ ପାଇଁ ଆଜି ‘ଶ୍ରଦ୍ଧାଞ୍ଜଳି ଦିବସ’, ହେବ ପ୍ରାର୍ଥନା ସଭା

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦।୧୨: ନୂତନ କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜୋର ଧରିଛି । ୨୦ଦିନରୁ ଅଧିକ ଦିନ ହେଲା ଚାଷୀମାନେ ଆନ୍ଦୋଳନ କରିଚାଲିଛନ୍ତି । ଏପରିକି ଆନ୍ଦୋଳନ ସମୟରେ କିଛି ଚାଷୀଙ୍କ ଜୀବନ ମଧ୍ୟ ଯାଇଛି । ତେବେ ଆନ୍ଦୋଳନରେ ପ୍ରାଣ ଯାଇଥିବା ଚାଷୀମାନଙ୍କୁ ଦେଶସାରା ଶ୍ରଦ୍ଧାଞ୍ଜଳୀ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏପରିକି ଆଜି ମାନେ ଡିସେମ୍ବର ୨୦କୁ ‘ଶ୍ରଦ୍ଧାଞ୍ଜଳି ଦିବସ’ ରୂପ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ପ୍ରାର୍ଥନା ସଭାର ଆୟୋଜନ ମଧ୍ୟ କରାଯିବ ।

ରାଜସ୍ଥାନ, ଗୁଜୁରାଟ, ହରିୟାଣାର କୃଷକମାନେ ହରିୟାଣା-ରାଜସ୍ଥାନ ସୀମାରେ ଦୀର୍ଘ ୭ଦିନ ହେଲା ଆନ୍ଦୋଳନ କରୁଛନ୍ତି । ଗତ ସପ୍ତାହରେ ରେଓ୍ୱାଡି ପୋଲିସ ସମସ୍ତଙ୍କୁ ଦିଲ୍ଲୀରେ ପ୍ରବେଶ ଉପରେ ରୋକ ଲଗାଇଥିଲା । ଏପରିକି ଅନେକ କୃଷକଙ୍କୁ ମଧ୍ୟ ଦିଲ୍ଲୀ ସୀମାରେ ପ୍ରବେଶ କରିବା ଉପରେ କଟକଣା ଲଗାଇଥିଲା ପୋଲିସ ।

ରାଜସ୍ଥାନର ଅଲଓ୍ୱାରରେ ଶାହାଜାହାଁପୁର ନିକଟରେ ଥିବା ଜୟସିହଂପୁର-ଖେଡାରେ ଏକ ପ୍ରେସମିଟ୍‌ରେ ଜଣେ କୃଷକ ନେତା କହିଛନ୍ତି ଯେ, ଦିଲ୍ଲୀରେ ପ୍ରବଳ ଶୀତ ସତ୍ତ୍ୱେ ଲକ୍ଷାଧିକ କୃଷିକ ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରବଳ ଥଣ୍ଡା ଓ ସରକାରଙ୍କ ପକ୍ଷରୁ ସୃଷି କରାଯାଉଥିବା ଅନେକ ବାଧାର ସମ୍ମୁଖୀନ ହୋଇ ବି ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି । ନୂତନ କୃଷି ଆଇନକୁ ହଟାଇବା ତାଙ୍କର ପ୍ରଥମ ଦାବି ରହିଛି । ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ପ୍ରଦର୍ଶନ କରୁଥିବା କୃଷକମାନଙ୍କୁ ତାଙ୍କ ଘର ଠାରୁ ପ୍ରଦର୍ଶନସ୍ଥଳୀକୁ ନେବା ପାଇଁ ବସ୍‌ର ବ୍ୟବସ୍ଥା କରାଯାଇଛି । ମାଗଣା ବସ୍‌ ସେବା ଦ୍ୱାରା ଅନେକ କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.