ବିଶ୍ବବିଦ୍ୟାଳୟର ଓ୍ବେବିନାରରେ ଚାଲିଥିଲା ଅଶ୍ଳୀଳ ଭିଡିଓ : ଲଜ୍ଜିତ ହେଲେ ଲୋକେ
13/12/2020 at 12:15 PM

ଦୁମକା ୧୩/୧୨: ଦୁମକାର ସିଦୋ କାହ୍ନୁ ମୁର୍ମୂ ବିଶ୍ବବିଦ୍ୟାଳୟରେ ମାନବାଧିକାର ବିଷୟ ଉପରେ ଆୟୋଜିତ ଓ୍ବେବିନାରରେ ଅନେକ ଥର ଅଶ୍ଳୀଳ ଭିଡିଓ ଚାଲିଥିଲା। ବିଶ୍ବବିଦ୍ୟାଳୟ ପ୍ରଶାସନ ଏହି ମାମଲାରେ ଅଭିଯୋଗ କରିଛି।
ଦୁମକା ପୋଲିସ୍ କହିଛି ଯେ ଗୁରୁବାର ବିଶ୍ବ ମାନବାଧିକାର ଦିବସ ଅବସରରେ ଆୟୋଜିତ ଓ୍ବେବିନାରରେ ଅତି କମରେ ୬ଥର ଅଶ୍ଳୀଳ ଭିଡିଓ ଚାଲିବାର ଅଭିଯୋଗ ବିଶ୍ବବିଦ୍ୟାଳୟ ପ୍ରଶାସନ କରିଛି।
ସିଦୋ କାହ୍ନୁ ମୁର୍ମୂ ବିଶ୍ବବିଦ୍ୟାଳୟରେ ଇଣ୍ଟରନାଲ୍ କ୍ବାଲିଟି ଇନସ୍ୟୁରାନ୍ସ ସେଲ୍ ତରଫରୁ ମାନବାଧିକାର ଦିବସ ପାଳନ କରିବା ପାଇଁ ଏକ ଓ୍ବେବିନାରର ଆୟୋଜନ କରାଯାଇଥିଲା।
ବିଶ୍ବ ବିଦ୍ୟାଳୟ ତରଫରୁ ପୋଲିସ ନିକଟରେ କରାଯାଇଥିବା ଅଭିଯୋଗ ଅନୁସାରେ କେହି ଓ୍ବେବିନାରରେ ଅତି କମରେ ୬ଥର ଅଶ୍ଳୀଳ ଭିଡିଓ ଚଲାଇ ଦେଇଥିଲେ ଯାହା ଫଳରେ ଏଥିରେ ଭାଗ ନେଇଥିବା ସମସ୍ତେ ଲଜ୍ଜିତ ହୋଇଥିଲେ।