ଆଶ୍ରମରେ ମହିଳାଙ୍କୁ କରାଉଥିଲେ ଅଶ୍ଳୀଳ କାମ, ଗିରଫ ହେଲେ ବାପ-ପୁଅ

Published By : Prameya-News7 Bureau | November 09, 2019 IST

ପୁନେ୮/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାପ-ପୁଅ ଦୁଇଜଣ ନିଜକୁ ବାବା କହି ଆଶ୍ରମରେ ରହୁଥିଲେ। ପୁନେରେ ଥିବା ଏକ ଆଶ୍ରମକୁ ଆସୁଥିବା ମହିଳାଙ୍କୁ ବାପ-ପୁଅ ମିଶି ଅଶ୍ଳୀଳ କାମ କରାଉଥିଲେ । ଆଶ୍ରମକୁ ଆସିଥିବା ମହିଳାଙ୍କ ଦୁଃଖ ଦୂର କରି ଦେବେ କହି ସେମାନଙ୍କୁ ଅଶାଳୀନ ବ୍ୟବହାର କରାଯାଉଥିଲା। ଏହି ସମସ୍ତ ଘଟଣାକୁ ବାପ-ପୁଅ ମୋବାଇଲରେ ରେକର୍ଡିଂ କରି ସେମାନଙ୍କୁ ବ୍ଲାକମେଲିଂ କରି ଟଙ୍କା ଆଦାୟ କରୁଥିଲେ।

 ଆଶ୍ରମରେ ଦୀର୍ଘଦିନ ହେବ ବାପ-ପୁଅ ଦୁଇଜଣ ଏଭଳି କାମ କରି ମହିଳାଙ୍କଠୁ ଟଙ୍କା ଆଦାୟ କରୁଥିଲେ। ଜଣେ ୬୯ ବର୍ଷ ବୟସ୍କା ମହିଳା ଏସବୁ ଘଟଣାର ପର୍ଦ୍ଦଫାଶ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପୋଲିସ ବାପ-ପୁଅକୁ ପୋଲିସ ଗିରଫ କରିଛି।

ବାପ-ପୁଅ ଦୁଇଜଣଙ୍କୁ ପୋଲିସ ଗିରଫ କରିବା ପୂର୍ବରୁ ମହିଳା ସଂଗଠନର କିଛି କାର୍ଯ୍ୟକର୍ତ୍ତା ତାଙ୍କୁ ନିର୍ଧୁମ ଛେଚି ଥିଲେ। ସ୍ଥାନୀୟ ମହିଳାମାନେ ବାପ-ପୁଅ ମୁହଁରେ କଳା ବୋଳି ତାଙ୍କୁ ପିଟିଥିଲେ। ଏବେ ଆଇପିସିର ଧାରା ୩୫୪ ଅନୁସାରେ ଅଭିଯୁକ୍ତଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.