ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ପ୍ରେମୀଯୁଗଳ, ଗାଁ ଯୁବକ ଭିଡିଓ ରେକର୍ଡିଂ କରି କଲେ ଭାଇରାଲ୍

Published By : Prameya-News7 Bureau | January 18, 2020 IST

ଗୟା ୧୮।୧: ଏକ ନିଛାଟିଆ ସ୍ଥାନରେ ଜଣେ ଯୁବକ ଏବଂ ଜଣେ ଯୁବତୀ ଅଶ୍ଳୀଳ ଆଚରଣ ବ୍ୟସ୍ତ ଥିଲେ । ସେହି ସମୟରେ ଗାଁର କିଛି ଯୁବକ ସେମାନଙ୍କ ନିକଟକୁ ଆସି ସେମାନଙ୍କୁ ସେହି ଅବସ୍ଥାରେ ଧରିଥିଲେ । ସେମାନେ କିଛି କହିବା ଆଗରୁ ହିଁ ସେମାନଙ୍କର ଭିଡିଓ ମୋବାଇଲରେ ରେକର୍ଡିଂ ହୋଇସାରିଥିଲା । ସେହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲାରେ ।

{"id":212715,"sizeSlug":"large"}

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓ ବିହାର ଗୟା ଜିଲ୍ଲାର ବୋଲି ଜଣାପଡିଛି । ଭିଡିଓରୁ ଏହା ବୁଝାପଡୁଛି ଯେ, ଉଭୟ ପ୍ରେମୀଯୁଗଳ ନିଛାଟିଆ ସ୍ଥାନ ଦେଖି ଉଭୟ ଉଭୟଙ୍କୁ ଉପଭୋଗ କରିବାକୁ ଚାହିଁଥିଲେ । ଉଭୟ ନିଜ ନିଜ ଇଚ୍ଛାରେ ଶାରିରୀକ ସଂପର୍କ ରଖୁଥିଲେ ।

{"id":212716,"sizeSlug":"large"}

ମାତ୍ର ଏହାର ଖବର ପାଇ ସେ ସ୍ଥାନରେ ଗାଁ କିଛି ଯୁବକ ଆସି ପହଞ୍ଚି ଯାଇଥିଲେ । ଉଭୟ ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ସେମାନେ ତାଙ୍କର ଭିଡିଓ ରେକର୍ଡିଂ କରିବା ଆରମ୍ଭ କରିଦେଇଥିଲେ । ସେହି ଭିଡିଓକୁ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ୍ କରିଦେଇଥିଲେ ।

{"id":212717,"sizeSlug":"large"}

ଏହି ଭିଡିଓ ସଂପର୍କରେ ଥାନା ଅଧିକାରୀ କହିଛନ୍ତି ଯେ, ଭିଡିଓ ସଂପର୍କରେ ତାଙ୍କୁ ସୂଚନା ମିଳିଛି । ଘଟଣାର ଅନୁଧ୍ୟାନ ଚାଲିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.