Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ସବୁଠୁ ମୋଟା ପିଲାର ଅସ୍ତ୍ରୋପଚାର

3/07/2018 at 9:49 AM

ସବୁଠୁ ମୋଟା ପିଲାର ଅସ୍ତ୍ରୋପଚାର । ପଶ୍ଚିମ ଦିଲ୍ଲୀର ଉତ୍ତର ନଗର ବାସିନ୍ଦା ମିହିର ଜୈନଙ୍କ ମେଦ ବହୁଳତା ହ୍ରାସ ଲାଗି ଅସ୍ତ୍ରୋପଚାର କରିଛନ୍ତି ଦିଲ୍ଲୀ ଡାକ୍ତର । ଅସ୍ତ୍ରୋପଚାର ପୂର୍ବରୁ ୧୪ ବର୍ଷୀୟ ମିହିରଙ୍କ ଓଜନ ୨୩୭ କିଲୋଗ୍ରାମ ଥିଲା ଏବଂ ସେ ବିଶ୍ବର ସବୁଠୁ ଓଜନିଆ ବାଳକ ଭାବେ ଗଣାଯାଉଥିଲେ ।କିଛି ମାସ ତଳେ ଦିଲ୍ଲୀର ସାକେଟ ସ୍ଥିତ ସାକେଟ ହସପିଟାଲରେ ମିହିରଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରେ ଅସ୍ତ୍ରେପଚାର କରିଛନ୍ତି ଡାକ୍ତର ପ୍ରଦୀପ ଚୌଧୁରୀ ।ଏବେ ମିହିରଙ୍କ ଓଜନ ୧୭୭ କିଲୋଗ୍ରାମ ହୋଇଛି ।ଆଗାମି ୩ ବର୍ଷରେ ତାଙ୍କ ଓଜନ ୧ ଶହ କିଲୋଗ୍ରାମକୁ ହ୍ରାସ ଲାଗି ଡାକ୍ତର ଲକ୍ଷ୍ୟ ରଖିଛନ୍ତି ।୨୦୦୩ ମସିହାରେ ଜନ୍ମିତ ମିହିରଙ୍କ ଓଜନ ଜନ୍ମ ବେଳେ ଅଢେଇ କିଲୋଗ୍ରାମ ଥିଲା । କିନ୍ତୁ ୫ ବର୍ଷ ବୟସରେ ତାଙ୍କ ଓଜନ ୬୦ ରୁ ୭୦ କିଲୋଗ୍ରାମ ଥିବା ବେଳେ ୧୪ ବର୍ଷରେ ୨୩୭ କିଲୋ ହୋଇଥିଲା । ଛିଡା ହୋଇ ପାରୁନଥିଲେ ମିହିର ।ଖାଦ୍ୟ ଅଭ୍ୟାସ ଯୋଗୁଁ ମିହିରଙ୍କ ଏପରି ଅବସ୍ଥା ଥିଲା । ପାସ୍ତା ଏବଂ ପିଜା ଖାଇବାକୁ ବେଶି ଭଲପାଉଥିବା ମିହିରଙ୍କ ଖାଦ୍ୟ ମୁଖ୍ୟତଃ ଫାଷ୍ଟ ଫୁଡ୍ ଥିଲା ।

   Related Posts