ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଦାବି, ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟର ଦାବିପତ୍ର ପ୍ରଦାନ

Published By : Prameya-News7 Bureau | October 16, 2021 IST

କଣ୍ଟାବାଞ୍ଜି ୧୬/୧୦: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ ଓବିସି ବର୍ଗଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରିଛି କଂଟାବାଞ୍ଜି ଓବିସି ମଂଚ । ଆଜି ଓବିସି ମଂଚର ସଦସ୍ୟ ମାନେ ଏକତ୍ରିତ ହୋଇ କଂଟାବାଞ୍ଜି ତହସିଲ ଅଫିସ ପହଂଚିଥିଲେ । ସେଠାରେ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଉଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

wp:gallery {"ids":[528077],"linkTo":"none"} /wp:gallery

ସୁପ୍ରିମକୋର୍ଟ ସର୍କୁଲାର ଓବିସି ମାନଙ୍କ ପାଇଁ ଯେଉ ୨୭ ପ୍ରତିଶତ ସରଂକ୍ଷଣ ଦେଉଛନ୍ତି । ତାହା ସବୁ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଦାବି କରିଛି ଓବିସି ମଂଚ । ରାଜ୍ୟ ସରକାର ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରି ଓବିସିଙ୍କୁ ତ୍ରିସ୍ତରୀୟ ପଂଚାୟତରେ ୨୭ ପ୍ରତିଶର ସିଟ ସଂରକ୍ଷଣ ଦିଆଯାଉ ବୋଲି ଦାବି କରିଛି ଓବିସି ମଂଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.