Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ସର୍ବଭାରତୀୟ ଡାକ୍ତରୀ ଶିକ୍ଷାରୁ ଓବିସି ସଂରକ୍ଷଣ ଉଚ୍ଛେଦକୁ ବିରୋଧ, ଆନ୍ଦୋଳନ ଚେତାବନୀ ଦେଲା ସଙ୍ଘ

26/07/2021 at 12:45 PM

କଳାହାଣ୍ଡି,୨୬/୦୭:  ନିଟ୍ ଭଳି ଏକ ସର୍ବଭାରତୀୟ ଡାକ୍ତରୀ ଶିକ୍ଷାରୁ ଓବିସି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ବ୍ୟବସ୍ଥାର ଉଚ୍ଛେଦକୁ ଓବିସି ସମାଜ ବିରୋଧ କରିଛି । କଳାହାଣ୍ଡି ଜିଲ୍ଲାର ୧୨ ଗୋଟି ଓବିସି ସଂଘ ନିଷ୍ପତିର ପୁନଃ ବିଚାର ପାଇଁ ଦାବି ଜଣାଇଛନ୍ତି ।

ଚଳିତ ବର୍ଷ ଠାରୁ ନିଟ୍ ପ୍ରବେଶିକା ପରୀକ୍ଷାରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ୨୭ ପ୍ରତିଶତ ସଂରକ୍ଷଣକୁ ଉଚ୍ଛେଦ କରାଯାଇଛି । ଯାହାକୁ ଓବିସି ସମାଜ ପକ୍ଷରୁ ବିରୋଧ କରାଯାଉଛି । ଦେଶର ଜନସଂଖ୍ୟାର ୫୨ ପ୍ରତିଶତ ଓବିସି ଥିବା ବେଳେ ଡାକ୍ତରୀ ଶିକ୍ଷା ପାଇଁ ସଂରକ୍ଷଣ ଛାତ୍ରଛାତ୍ରୀଙ୍କ ପାଇଁ ସୁ୍‌ଯୋଗ ରହିଥିଲା । ଓବିସି ଶ୍ରେଣୀର ଛାତ୍ରଛାତ୍ରୀ ପାଇଁ ଶିକ୍ଷାର ଭିତ୍ତିଭୂମି  ନ ଥିବା ବେଳେ ଓବିସିର ମେଧାବୀ ଛାତ୍ରଛାତ୍ରୀ ସଂରକ୍ଷଣ ଉଚ୍ଛେଦ ପରେ  ଡାକ୍ତରୀ ଶିକ୍ଷାରୁ ବଞ୍ଚିତ ହେବେ।  ଯାହାର ପୁନଃବିଚାର ପାଇଁ କେସିଗାଂ ଠାରେ କଳାହାଣ୍ଡିର ୧୨ ଗୋଟି ଓବିସି  ସଂଗଠନ ଦାବି କରିଛନ୍ତି ।

ଓବିସି ସମ୍ମନ୍ବୟ ସମିତି ଆବାହକ ତଥା ନୀଳମଣି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଂଘ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଯଦି ନିଷ୍ପତ୍ତି ପ୍ରତ୍ୟାହାର ନ ହୁଏ, ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବାକୁ ନିଷ୍ପତ୍ତି ନେଇଛି ସଙ୍ଘ।

   Related Posts