ସ୍କଲାରସିପ୍‌ରୁ ବଞ୍ଚିତ ଓବିସି ଓ ଏସଇବିସି ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକଙ୍କ ଦାୟିତ୍ବହୀନତା ଅଭିଯୋଗ

Published By : Prameya-News7 Bureau | October 06, 2020 IST

ଆନନ୍ଦପୁର ୬।୧୦: ଆନନ୍ଦପୁର ବ୍ଲକ୍ ତରତରା ସତ୍ୟନାରାୟଣ ବିଦ୍ୟାଳୟର ଓବିସି ଓ ଏସଇବିସି ବର୍ଗର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ସ୍କଲାରସିପ୍ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏଥିପାଇଁ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସିଧାସଳଖ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରିଛନ୍ତି ।

ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ ଚଳିତ ବର୍ଷ ଓବିସି ଓ ଏସଇବିସି ଛାତ୍ରଛାତ୍ରୀ ଙ୍କଠାରୁ ସ୍କଲାରସିପ୍ ପାଇଁ ଦରଖାସ୍ତ ସଂଗ୍ରହ କରିବାକୁ ଚିଠି ହୋଇଥିଲା । ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ଧାର୍ଯ୍ୟ ହୋଇଥିଲା । ହେଲେ ସତ୍ୟନାରାୟଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ବାବାଦରେ କାହାରିକୁ କିଛି ନ ଜଣାଇ ଚୁପ୍ ବସିରହିଥିଲେ ।

{"id":339545,"sizeSlug":"large"}

ପରେ ଏ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକ ଜାଣି ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସ୍କୁଲ ପରିସରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । ଗରିବ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ସ୍କଲାରସିପକୁ ନେଇ  ପ୍ରଧାନ ଶିକ୍ଷକଙ୍କ ଏଭଳି ଖାମଖିଆଲି ମନୋଭାବକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ ଏ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରି ଆଜି ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ସଂପୃକ୍ତ ସ୍କଲାରସିପ୍ ପାଇଁ ଆବେଦନ କରିନଥିବା କହିଛନ୍ତି । ଛାତ୍ରଛାତ୍ରୀମାନେ ଆବେଦନ କଲେ ସେ ଡବ୍ଲୁଇଓଙ୍କ ଜରିଆରେ ଆବେଦନ ପତ୍ର ଜିଲ୍ଲା କାର୍ଯ୍ୟାଳୟକୁ ପଠାଇ ସ୍କଲାରସିପ୍ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.